Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 19ରେ ଛତିଶଗଡରେ ଶୁଭାରମ୍ଭ ହେବ ପିଏମ ଶ୍ରୀ ଯୋଜନା

ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାୟପୁର, 18 ଫେବୃଆରୀ- ଛତିଶଗଡରେ ଫେବୃୟାରୀ 19ରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଆତିଥ୍ୟ ଓ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଅଧ୍ୟକ୍ଷତାରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ଫେବୃୟାରୀ 19 ତାରିଖ ସନ୍ଧ୍ୟା ସାଢେ 5ଟାରେ ରାୟପୁରର ସାଇନ୍ସ କଲେଜ ମୈଦାନ ସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଅଡିଟୋରିୟମରେ ହେବ । କାର୍ଯ୍ୟକ୍ରମରେ ଅତି ବିଶିଷ୍ଟ ଅତିଥି ଭାବେ ସ୍କୁଲ ଶିକ୍ଷାମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ ରହିବେ ।
ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି 2020 ଆଧାରରେ ଦେଶରେ 14500 ସରକାରୀ ସ୍କୁଲକୁ ପିଏମ ଶ୍ରୀ ଯୋଜନାରେ ଅପଗ୍ରେଡ କରାଯାଉଛି । ଏହି ଯୋଜନା ଆଧାରରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ 211 ସ୍କୁଲର ଚୟନ କରାଯାଇଛି ।

Show More

Related Articles

Back to top button