ଓଡ଼ିଶା

ସନ୍ଦେଶଖାଲିରେ ସୋମବାର ଉଠିପାରେ 144ଧାରା

କୋଲକାତା, 18 ଫେବୃଆରୀ- ପଶ୍ଚିମବଙ୍ଗର ହିଂସାଗ୍ରସ୍ତ ସନ୍ଦେଶଖାଲି ଅଂଚଳରେ ବିଭିନ୍ନ ପ୍ରବେଶ ପଥରେ ଲାଗିଥିବା 144ଧାରା ସୋମବାର ହଟିପାରେ । ଜିଲ୍ଲା ପ୍ରଶାସନ ସୂତ୍ରରୁ ରବିବାର ସକାଳେ ଏନେଇ ସୂଚନା ମିଳିଛି ।
ଏହି ଅଂଚଳର ସ୍ଥିତି ସମୀକ୍ଷା କରାଯାଉଛି । ଗୁଇନ୍ଦା ସହାୟତାରେ ଏଠାରେ ଅବସ୍ଥା କିପରି ଅଛି ଖବର ନିଆଯାଉଛି । ଜଣେ ଅଧିକାରୀଙ୍କ ମୁତାବକ ଶିବୁ ସରଦାର ଓ ଉତ୍ତମ ହାଜରା ବିରୁଦ୍ଧରେ ସାମୁହିକ ଦୁଷ୍କର୍ମ ଧାରା ଆଧାରରେ ମାମଲା ରୁଜୁ ହେବା ପରେ ମହିଳାଙ୍କ ମଧ୍ୟରେ କ୍ରୋଧ ହ୍ରାସ ପାଇଛି । ଏହାସହିତ ଶିବୁ ସରଦାରକୁ ଗିରଫ କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଶେଖ ଶାହଜହାଁର ଗିରଫଦାରି ପ୍ରସଙ୍ଗରେ ପୋଲିସ ଇଡିକୁ ଦୋଷୀ କହିଛି । ଶନିବାର ପୋଲିସ ଡିଜି ରାଜୀବ କୁମାର କହିଛନ୍ତି ଯେ, ଇଡି ଶେଖ୍ ଶାହଜହାଁ ବିରୁଦ୍ଧରେ ତଦନ୍ତ କରୁଥିବା ବେଳେ ତାଙ୍କୁ ଗିରଫ କାହିଁକି କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ।
ଅନ୍ୟ ପଟେ ଜମି ହଡପ ମାମଲାରେ ଆଜି ବିଭାଗ ତରଫରୁ ଲୋକଙ୍କ ଅଭିଯୋଗ ଶୁଣାଯିବ । ଏହାପରେ ବିଭାଗ ପକ୍ଷରୁ ଜମି ଫେରସ୍ତ ପ୍ରକ୍ରିୟା କରାଯିବ ବୋଲି ଜଣାପଡିଛି ।

Show More

Related Articles

Back to top button