Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 11ରେ ମହାରାଷ୍ଟ୍ରର ୟବତମାଳ ଗସ୍ତ କରିବେ ପିଏମ ମୋଦି

ମୁମ୍ବାଇ, 29 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 11ରେ ମହାରାଷ୍ଟ୍ରର ୟବତମାଳ ଗସ୍ତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୟବତମାଳ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ, ରାଜସ୍ୱ ସମେତ 25 ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସଭା ୟବତମାଳରେ ଏବେ ଯାଏ ହୋଇନାହିଁ । ଫେବୃୟାରୀ 11ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟବତମାଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମରେ ସାମିଲ ହେବେ । ୱର୍ଦ୍ଧାରୁ ନାନ୍ଦେଡ ରେଲୱେ ଲାଇନ ୱର୍ଦ୍ଧାରୁ କଲମ୍ବ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଛି । ତେଣୁ ଏହି କାର୍ଯ୍ୟର ମଧ୍ୟ ଉଦଘାଟନ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button