Breaking PLUSଦେଶମୁଖ୍ୟ ଖବର

ବିଗବସ୍‌-17ର ବିଜେତା ହେଲେ ମୁନ୍ୱର ଫାରୁକୀ

ମୁମ୍ବାଇ, 29 ଜାନୁୟାରୀ – ଷ୍ଟାଣ୍ଡଅପ କମେଡିଆନ ମୁନୱର ଫାରୁକୀ ଲୋକପ୍ରିୟ ଟିଭି ସୋ ବିଗ ବସ-17ର ବିଜେତା ହୋଇଛନ୍ତି । ବଲିଉଡ ଭାଇଜାନ ସଲମାନ ଖାନଙ୍କ ହୋଷ୍ଟରେ ସମ୍ପନ୍ନ ବିଗବସର 17ତମ ସଂସ୍କରଣ ବି ବିବାଦରେ ରହି ଚର୍ଚ୍ଚାରେ ରହିଥିଲା । ବିଗବସ-17ର ଫାଇନାଲରେ ତିନି ପ୍ରତିଯୋଗୀଙ୍କ ମଧ୍ୟରେ ମୁନ୍ୱର ଫାରୁକୀ, ମନାରା ଚୋପ୍ରା ଓ ଅଭିଷେକ କୁମାର ସାମିଲ ଥିଲେ । ଏହି ତିନିଜଣଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ହୋଇଥିଲା । ଶେଷରେ ମୁନ୍ୱର ଫାରୁକୀଙ୍କୁ ବିଗ ବସ-17ର ବିଜେତା ଘୋଷଣା କରାଯାଇଥିଲା । ମୁନ୍ୱର ଜଣେ ରାପର ଓ ଷ୍ଟାଣ୍ଡଅପ୍ କମେଡିଆନ । ବିଗବସ-17 ପୂର୍ବରୁ ସେ କଙ୍ଗନାଙ୍କ ରିୟାଲିଟି ସୋ ଲକ୍ ଅପରେ ନଜର ଆସିଥିଲେ । ମୁନ୍ୱରଙ୍କୁ ବିଜେତା ଟ୍ରଫି ସହିତ ଏକ ଲଗଜୁରୀ କାର ଓ 50ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ମିଳିଥିଲା ।

Show More

Related Articles

Back to top button