Breaking PLUSଦେଶମୁଖ୍ୟ ଖବରରାଜନୀତି

ମଙ୍ଗଳବାର ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, 29 ଜାନୁୟାରୀ – କେନ୍ଦ୍ର ସରକାର ବଜେଟ ଅଧିବେଶନ ପୂର୍ବରୁ ମଙ୍ଗଳବାର ସଂସଦରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ବୈଠକ ଡାକିଛନ୍ତି । ସଂସଦକୁ ସୂଚାରୁ ରୂପେ ସଂଚାଳନ ପାଇଁ ଓ ସରକାରୀ ଏଜେଣ୍ଡା ସହିତ ବିରୋଧୀ ନେତାଙ୍କୁ ଅବଗତ କରାଇବା ପାଇଁ ପ୍ରତି ଅଧିବେଶନ ପୂର୍ବରୁ ସରକାର ଏଭଳି ବୈଠକ ଡାକିଥାନ୍ତି ।
ଏହି ଅଧିବେଶନ 17ତମ ଲୋକସଭାର ଅନ୍ତିମ ଏବଂ ବହୁତ ଛୋଟ ଅଧିବେଶନ ଅଟେ । ଏହି ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024 ପାଇଁ ଅନ୍ତରିଣ ବଜେଟ ଉପସ୍ଥାପନ କରିବେ । ଏହି ଅଧିବେଶନ ଜାନୁୟାରୀ 31ରୁ ଆରମ୍ଭ ହୋଇ ଫେବୃୟାରୀ 9 ଯାଏ ଚାଲିବ । ନୂଆ ସରକାର 18ତମ ଲୋକସଭାରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଏହି ଅଧିବେଶନ ଆରମ୍ଭ ହେବ ।

Show More

Related Articles

Back to top button