Breaking PLUSଦେଶମୁଖ୍ୟ ଖବର

ଏବେ ସୁପ୍ରିମକୋର୍ଟରେ ହେବ ପଶ୍ଚିମବଙ୍ଗ ନିଯୁକ୍ତି ଘୋଟାଲା ଉପରେ ଶୁଣାଣି

ନୂଆଦିଲ୍ଲୀ, 29 ଜାନୁୟାରୀ -ପଶ୍ଚିମବଙ୍ଗରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରି ହୋଇଥିବା ପିଟିସନ ଉପରେ ଏବେ ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୁପ୍ରିମକୋର୍ଟ ଏହି ମାମଲାରେ କୋଲକତା ହାଇକୋର୍ଟଙ୍କ ଦୁଇ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପଧ୍ୟାୟ ଓ ଜଷ୍ଟିସ ସୋମନ ସେନଙ୍କ ମଧ୍ୟରେ ବିବାଦ ଯୋଗୁ କେସକୁ ନିଜ ନିକଟରେ ଶୁଣାଣି ପାଇଁ ଟ୍ରାନ୍ସଫର କରିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ମାମଲାରେ ତଦନ୍ତର ଅଗ୍ରଗତି ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀ 27ରେ ଏହି ମାମଲା ଉପରେ ସ୍ୱତନ୍ତ୍ର ଶୁଣାଣି କରି ସୁପ୍ରିମକୋର୍ଟ କୋଲକତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ଉପରେ ରୋକ ଲଗାଇଥିଲେ ।

Show More

Related Articles

Back to top button