Breaking PLUSଦେଶମୁଖ୍ୟ ଖବର

ଗାନ୍ଧିନଗରରେ ମୋଜାମ୍ବିକ ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ ମୋଦି

ନୂଆଦିଲ୍ଲୀ, 9 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗାନ୍ଧିନଗରରେ ମୋଜାମ୍ବିକ ରାଷଟ୍ରପତି ଫିଲିପ ଜୈସିଣ୍ଟୋ ନ୍ୟୁସିଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଜାମ୍ବିକର ବିକାଶ ପ୍ରାଥମିକତାକୁ ସମର୍ଥନ କରିବା ପାଇଁ ନିଜର ଦୃଢ ପ୍ରତିବଦ୍ଧତାକୁ ବ୍ୟକ୍ତ କରିଛନ୍ତି । ଦୁଇ ନେତା ପ୍ରତିରକ୍ଷା, ଆତଙ୍କବାଦ ବିରୋଧୀ, ଶକ୍ତି, ସ୍ୱାସ୍ଥ୍ୟ, ବ୍ୟାପାର ଓ ନିବେଶ, କୃଷି, ଜଳ ସୁରକ୍ଷା, ଖନନ, କ୍ଷମତା ନିର୍ମାଣ ଓ ସମୁଦ୍ରି ସହଯୋଗ ସହିତ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆଗକୁ ନେବା ଉପରେ ବ୍ୟାପକ ଆଲୋଚନା କରିଥିଲେ । ଦୁଇ ଦେଶ ବ୍ୟାପାର, ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ପାଇଁ ଆକାଶମାର୍ଗରେ ସମ୍ପର୍କ ବୃଦ୍ଧି ଉପରେ କାମ କରିବା ନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ରାଷ୍ଟ୍ରପତି ନ୍ୟୁସି ଆଫ୍ରିକୀୟ ସଂଘକୁ ଜି-20ରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଦୁଇ ନେତା ମିଳିତ ରାଷ୍ଟ୍ର ସହିତ ବହୁପାକ୍ଷିକ ମଞ୍ଚରେ ସହଯୋଗ ସହିତ ସମ୍ପର୍କିତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ ।

Show More

Related Articles

Back to top button