Breaking PLUSଦେଶମୁଖ୍ୟ ଖବର

ଧର୍ମ ଆଧାରରେ ମୁଁ ଭେଦଭାବ କରେନାହିଁ, ବିଜେପି କରେ-ମମତା

କୋଲକାତା, 9 ଜାନୁୟାରୀ – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି ଯେ, ବିଜେପି ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିର ଉଦଘାଟନ ଜରିଆରେ ନାଟକ କରୁଛି । ତୃଣମୂଳ ସୁପ୍ରିମୋ କହିଛନ୍ତି ଏହା ବିଜେପିର ରାଜନୀତି ଅଟେ । ସେମାନେ ଧର୍ମ ଆଧାରରେ ଭେଦଭାବ କରନ୍ତିୂ କିନ୍ତୁ ମୁଁ କରେନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ସେହି ଉତ୍ସବକୁ ସମର୍ଥନ କରେନି, ଯାହା ଅନ୍ୟ ସମୁଦାୟକୁ ଅଣଦେଖା କରିଥାଏ । ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଜୟନଗରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ, ସେ ଧାର୍ମିକ ଆଧାରରେ ଲୋକଙ୍କୁ ବିଭାଜିତ କରିବା ଉପରେ ବିଶ୍ୱାସ କରନ୍ତି ନାହିଁ । ମୁଁ ସେହି ଉତ୍ସବରେ ବିଶ୍ୱାସ କରେ ଯାହା ସମସ୍ତ ସମୁଦାୟର ଲୋକଙ୍କୁ ସାଥୀରେ ନେଇ ଚାଲିଥାଏ ଏବଂ ଏକତାର କଥା କହିଥାଏ ।

Show More

Related Articles

Back to top button