Breaking PLUSଦେଶମୁଖ୍ୟ ଖବର

ରେଲୱେର ଜିଡିସିଇ ପେପର ଲିକ୍ ମାମଲାରେ ଦେଶର 3ଟି ରାଜ୍ୟର 12ଟି ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ, 9 ଜାନୁୟାରୀ – ରେଲୱେ ଭର୍ତ୍ତି କେନ୍ଦ୍ର ଦ୍ୱାରା ଆୟୋଜିତ ସାମାନ୍ୟ ବିଭାଗୀୟ ପ୍ରତିଯୋଗୀ ପରୀକ୍ଷା (ଜିଡିସିଇ)ର ପ୍ରଶ୍ନ ଓ ଉତ୍ତର ପତ୍ର ଲିକ୍ ହେବା ମାମଲାରେ ମଙ୍ଗଳବାର ଦେଶର ତିନୋଟି ରାଜ୍ୟର 12ଟି ସ୍ଥାନ ଚଢାଉ କରିଛି ସିବିଆଇ । ଏହି ଚଢାଉ ସମୟରେ ସିବିଆଇ ହାତରେ କିଛି ସୁରାକ୍ ଲାଗିଥିବା ସୂଚନା ମିଳିଛି ।
ସିବିଆଇ ମୁଖପାତ୍ର କହିଛନ୍ତି ଯେ, ଗୁଜରାଟର ସୁରଟ, ଅମରେଲି, ନଭସାରୀ ସହିତ ମୁମ୍ବାଇ ଓ ବିହାରର ବକ୍ସରରେ ଚଢାଉ କରାଯାଇଛି । ସିବିଆଇ ରେଲୱେ ଭର୍ତ୍ତି କେନ୍ଦ୍ର, ପଶ୍ଚିମ ରେଲୱେ, ମୁମ୍ବାଇ ଦ୍ୱାରା ଆୟୋଜିତ ସାମାନ୍ୟ ବିଭାଗୀୟ ପ୍ରତିଯୋଗୀ ପରୀକ୍ଷା(ଜିଡିସିଇ)ର ଡିଜିଟାଲ ସାକ୍ଷ୍ୟ ଓ ଆପତ୍ତିଜନକ ଦସ୍ତାବିଜ ଜବତ କରିଛି ।
ରେଲୱେ ଭର୍ତ୍ତି କେନ୍ଦ୍ର ଦ୍ୱାରା ଆୟୋଜିତ ଜିଡିସିଇର ପ୍ରଶ୍ନ ଓ ଉତ୍ତର ପତ୍ର ଲିକ୍ କରିବା ଅଭିଯୋଗରେ ପଶ୍ଚିମ ରେଲୱେର ଏକ ଅଭିଯୋଗ ଉପରେ ରେଲୱେର କିଛି ଅଧିକାରୀ ଏବଂ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀ ଅଜ୍ଞାତ ପଦାଧିକାରୀଙ୍କ ସହିତ ଅନ୍ୟ କିଛି ଜଣକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ।
ଘଟଣା ମୁତାବକ, ଜିଡିସିଇ କୋଟା ଆଧାରରେ ଅଣ-ବୈଷୟିକ ଲୋକପ୍ରିୟ ଶ୍ରେଣି ଜୁନିୟର କ୍ଲର୍କ ସହ ଟାଇପିଷ୍ଟ ଓ ଟ୍ରେନ କ୍ଲର୍କ ପଦ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା 2021, ଜାନୁୟାରୀ 3ରେ ପଶ୍ଚିମ ରେଲୱେ, ମୁମ୍ବାଇ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ 8603 ପ୍ରାର୍ଥୀ 28ଟି ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ । ଅଭିଯୋଗ ହୋଇଥିଲା ଯେ, ଏଥିରେ ଅହମଦାବାଦ, ଇନ୍ଦୋର, ରାଜକୋଟ, ସୁରଟ, ଭଦୋଦର ଓ ମୁମ୍ବାଇର କିଛି ପ୍ରାର୍ଥୀଙ୍କୁ କଥିତ ଭାବେ ଓ ହ୍ୱାଟସଆପ ମେସେଜ ମାଧ୍ୟମରେ ପେପର ପ୍ରଦାନ କରାଯାଇଥିଲା । କିଛି ପ୍ରାର୍ଥୀଙ୍କୁ ସାମୁହିକ ସଭାରେ ପ୍ରଶ୍ନପତ୍ର ଦେଖାଯାଇଥିଲା ।

Show More

Related Articles

Back to top button