Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

କ୍ରିକେଟର ମହମ୍ମଦ ସାମୀଙ୍କ ସହିତ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, 9 ଜାନୁୟାରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଜାତୀୟ ଖେଳ ଏବଂ ସାହସିକ ପୁରସ୍କାର 2023 ପ୍ରଦାନ କରିଛନ୍ତି । କ୍ରିକେଟର ମହମ୍ମଦ ସାମୀଙ୍କ ସହିତ ଅନ୍ୟ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ସାମୀଙ୍କ ସମେତ ଓଜେସ ପ୍ରବୀଣ, ଶୀତଲ ଦେବୀ ଓ ଅନ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ।
ଭାରତରେ ଦ୍ୱିତୀୟ ସବୁଠୁ ବଡ ଖେଳ ସମ୍ମାନ ଅର୍ଜୁନ ପୁରସ୍କାର ଭଲ ପ୍ରଦର୍ଶନ ସହିତ ନେତୃତ୍ୱ, ଖେଳ କୌଶଳ ଓ ଅନୁଶାସନ ପ୍ରଦର୍ଶନ ପାଇଁ ପ୍ରଦାନ କରାଯାଇଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲନ୍ସ ବାଉନ୍ସରେ ଉପଲବ୍ଧି ପାଇଁ ପିଙ୍କି, ଶୁଟିଂରେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, ସ୍କାସରେ ହରିନ୍ଦର ପାଲ ସିଂହ ସଂଘୁ, ଟେବୁଲ ଟେନିସରେ ଅୟହିକା ମୁଖାର୍ଜୀ, କୁସ୍ତିରେ ସୁନୀଲ କୁମାର ଓ ଅନ୍ତିମ ପଂଘାଲ, ନାଓରେମ ରୋଶିବିନା ଦେବୀଙ୍କ ବୁଶୁ, ଶୀତଲ ଦେବୀଙ୍କ ପାରା ତୀରାନ୍ଦାଜୀ, ଇଲୁରୀ ଅଜୟ କୁମାର ରେଡ୍ଡୀଙ୍କୁ ବ୍ଲାଇଣ୍ଡ କ୍ରିକେଟ, ପ୍ରାଚୀ ଯାଦବଙ୍କୁ ପାରା କେନୋଇଙ୍ଗ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ର୍ଭୀନିତ କୁମାର ଶର୍ମା ଓ କବିତା ସେଲ୍ୱାରାଜଙ୍କ ଧ୍ୟାନଚନ୍ଦ ପୁରସ୍କାର 2023 ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଲ୍ୟାଣ୍ଡ ଆଡଭେଞ୍ଚରରେ ଉପଲବ୍ଧି ପାଇଁ ସବିତା କଂସୱାଲ (ମରଣୋତ୍ତର)ଙ୍କୁ ତେନାଜିଙ୍ଗ ନୋର୍ଗେ ଜାତୀୟ ସାହାସିକ ପୁରସ୍କାର 2022 ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ (ଓଏମସି) ଏବଂ ଜୈନ (ଡିମ୍ଡ-ଟୁ-ବି-ୟୁନିର୍ଭସିଟି)କୁ ଜାତୀୟ ଖେଳ ପ୍ରୋତ୍ସାହନ ପୁରସ୍କାର 2023 ପ୍ରଦାନ କରାଯାଇଛି ।

Show More

Related Articles

Back to top button