Breaking PLUSଦେଶମୁଖ୍ୟ ଖବର

ଗୁଜରାଟରେ ତିମୋର-ଲେସ୍ତେ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ପିଏମ ମୋଦି

ନୂଆଦିଲ୍ଲୀ, 9 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଗୁଜରାଟ ମହାତ୍ମା ମନ୍ଦିରରେ ତିମୋର-ଲେସ୍ତେର ରାଷ୍ଟ୍ରପତି ଜୋଶ୍ ରାମୋସ-ହୋର୍ଟାଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।
ତିମୋର-ଲେସ୍ତେର ରାଷ୍ଟ୍ରପତି ଡକ୍ଟର ଜୋଶ୍ ରାମୋସ ହୋର୍ଟା ଗାନ୍ଧିନଗରରେ 10ମ ଭାଇବ୍ରେଣ୍ଟ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜାନୁୟାରୀ 8-10 ପର୍ଯ୍ୟନ୍ତ ଭାରତ ଯାତ୍ରାରେ ଅଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ହାର୍ଟୋ ଓ ତାଙ୍କର ପ୍ରତିନିଧିମଣ୍ଡଳକୁ ଭବ୍ୟ ସ୍ୱାଗତ କରିଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ରାଜ୍ୟ ମୁଖ୍ୟ ତଥା ସରକରୀ ଭାବେ ପ୍ରଥମ ଯାତ୍ରା ଅଟେ । ପ୍ରଧାନମନ୍ତ୍ରୀ ଏକ ଜୀବନ୍ତ ଦିଲ୍ଲୀ-ଦିଲ୍ ସମ୍ପର୍କ କରିବାକୁ ଭାରତର ପ୍ରତିବଦ୍ଧତାକୁ ପୁଣି ଥରେ ଦର୍ଶାଇଛନ୍ତି ।

Show More

Related Articles

Back to top button