Breaking PLUSଦେଶମୁଖ୍ୟ ଖବର

ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିବେ ପିଏମ ମୋଦି

30ହଜାର କୋଟିରୁ ଅଧିକ ପରିଯୋଜନା ଭେଟି ଦେବେ ପିଏମ

ନୂଆଦିଲ୍ଲୀ, 11 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିବେ । ପିଏମ ମହାରାଷ୍ଟ୍ରରେ 30,500 କୋଟି ଟଙ୍କାରୁ ଅଧିକ ଟଙ୍କାର ଅନେକ ବିକାଶ ପରିଯୋଜନାକୁ ଉଦଘାଟନ କରିବେ ଏବଂ ରାଷ୍ଟ୍ର ସମର୍ପିତ କରିବେ ଏବଂ ଆଧାରଶିଳା ରଖିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଗୁରୁବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜାନୁୟାର 12 ତାରିଖ ଦ୍ୱିପ୍ରହର ପ୍ରାୟ 12.15 ମିନିଟ ସମୟରେ ନାସିକରେ ପହଞ୍ଚିବେ । ସେ 27ତମ ଜାତୀୟ ଯୁବା ମହୋତ୍ସବର ଉଦଘାଟନ କରିବେ । ମହୋତ୍ସବର ଥିମ- ‘ବିକଶିତ ଭାରତ 2047-ଯୁବକଙ୍କ ପାଇଁ ଯୁବକଙ୍କ ଦ୍ୱାରା’ ରହିଛି । ଜାତୀୟ ଯୁବ ମହୋତ୍ସବ ପ୍ରତି ବର୍ଷ 12ରୁ 16 ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଜାନୁୟାରୀ 12ରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ରହିଛି । ଚଳିତ ବର୍ଷ ଏହି ମହୋତ୍ସବର ଆୟୋଜନ ମହାରାଷ୍ଟ୍ରରେ ଆୟୋଜିତ ହେଉଛି ।

Show More

Related Articles

Back to top button