Breaking PLUSଦେଶମୁଖ୍ୟ ଖବର

ଲଗାତର ସପ୍ତମ ଥର ଦେଶର ସବୁଠୁ ସ୍ୱଚ୍ଛ ସହର ହେଲା ମଧ୍ୟପ୍ରଦେଶର ଇନ୍ଦୋର ସହର

ଭୋପାଳ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ସମାରୋହରେ 2023 ବର୍ଷରେ ସବୁଠୁ ସ୍ୱଚ୍ଛ ସହର ପୁରସ୍କାର ଇନ୍ଦୋର ସହରକୁ ପ୍ରଦାନ କରଯାଇଛି । ମୁଖ୍ୟମନ୍ତ୍ରୀ ଡକ୍ଟର.ମୋହନ ଯାଦବଙ୍କ ନେତୃତ୍ୱରେ ଟିମ୍ ମଧ୍ୟପ୍ରଦେଶ ପୁରସ୍କାର ଗ୍ରହଣ କରିଛି । ଗାର୍ବେଜ ଫ୍ରି ସହରରେ 7-ଷ୍ଟାର ରେଟିଂ ସହିତ ଇନ୍ଦୋର ଲଗାତର ସପ୍ତମ ଥର ଏହି ଉପଲବ୍ଧି ହାସଲ କରିଛି । ସବୁଠୁ ସ୍ୱଚ୍ଛ ରାଜ୍ୟ ଶ୍ରେଣୀରେ ଦ୍ୱିତୀୟ ସ୍ଥାନର ପୁରସ୍କାର ମଧ୍ୟ ମଧ୍ୟପ୍ରଦେଶକୁ ପ୍ରାପ୍ତ ହୋଇଛି ।
ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ ଏହି ଉପଲବ୍ଧି ପାଇଁ ପ୍ରଦେଶବାସୀ, ଜନପ୍ରତିନିଧି ଓ ସ୍ୱଚ୍ଛା ମିତ୍ରକୁ ଶୁଭେଚ୍ଛା ଦେଇ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ଇନ୍ଦୋରକୁ ଲଗାତର ସପ୍ତମ ଥର ସ୍ୱଚ୍ଛତାର ଶିଖରରେ ପହଞ୍ଚିବା ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ମାର୍ଗଦର୍ଶନକୁ ଯାଉଛି । ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ସ୍ୱଚ୍ଛତାର ସଂକଳ୍ପକୁ ସାକାର କରିବାରେ ନିରନ୍ତର ଯୋଗଦାନ ରହିଛି ଏବଂ ଆଗାମୀ ସର୍ବେକ୍ଷଣରେ ମଧ୍ୟ ରାଜ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button