Breaking PLUSଦେଶମୁଖ୍ୟ ଖବର

ପିଏମ ମୋଦିଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ- ହିମାଚଳ ପ୍ରଦେଶର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।
ପିଏମଓ ପକ୍ଷରୁ କୁହାଯାଇଛି ଯେ, ‘ହିମାଚଳ ପ୍ରଦେଶର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି’ ।
ଏବେ ହିମାଚଳ ପ୍ରଦେଶ ରାଜ୍ୟପାଳ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହାପୂର୍ବରୁ ସେ ସପତ୍ନୀକ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ।

Show More

Related Articles

Back to top button