Breaking PLUSଦେଶମୁଖ୍ୟ ଖବରରାଜନୀତି

ଗୁଜରାଟର ଗିଫ୍ଟ ସିଟି-2047 ପର୍ଯ୍ୟନ୍ତ ସୁଦ୍ଧା ଭାରତର ବିକଶିତ ରାଷ୍ଟ୍ର ହେବାର ଭିଜନର ହେବ ପ୍ରବେଶ ଦ୍ୱାର- ସୀତାରମଣ

ଗାନ୍ଧିନଗର- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଗିଫ୍ଟ ସିଟି 2047 ସୁଦ୍ଧା ଭାରତକୁ ବିକଶିତ ଦେଶ କରିବାର ଭିଜନର ପ୍ରବେଶ ଦ୍ୱାର ହେବ । ସୀତାରମଣ କହିଛନ୍ତି ଯେ, ଭାରତ ଏବେ ବିଶ୍ୱର ବିକାଶ ଇଞ୍ଜିନ ଚଳାଉଛି । ଏବେ ଏହି ବିକଶିତ ପଶ୍ଚିମୀ ଦୁନିଆ ଓ ଗ୍ଲୋବାଲ ସାଉଥ ମଧ୍ୟରେ ସେତୁ ହୋଇପାରିବ । ସୀତାରମଣ ଗୁରୁବାର 10ମ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ 2024ର ଦ୍ୱିତୀୟ ଦିନ ନିଜ ସମ୍ବୋଧନରେ କହିଛନ୍ତି ଯୋ, ଗିଫ୍ଟ ସିଟି ଆଦର୍ଶ ଭାବେ ଆର୍ଥିକ ଓ ନିବେଶ କେନ୍ଦ୍ର ପାଇଁ ପ୍ରବେଶ ଦ୍ୱାର ହେବାକୁ ପ୍ରସ୍ତୁତ ଅଛି । 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ନିର୍ମାଣର ଭିଜନକୁ ପୂରଣ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗିଫ୍ଟ ସିଟି ବିଚାରର ପରିକଳ୍ପନା 2007ରେ କରିଥିଲେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଏବେ ଏହା ଏକ ପ୍ରମୁଖ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ହୋଇଛି ।

Show More

Related Articles

Back to top button