Breaking PLUSଦେଶମୁଖ୍ୟ ଖବର

ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, 11 ଜାନୁୟାରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ନୂଆଦିଲ୍ଲୀରେ ଆବାସ ଓ ସହରୀ ମାମଲାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ସମାରୋହରେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି । ଇନ୍ଦୋର ଓ ସୁରଟ ମିଳିତ ଭାବେ ଦେଶର ସବୁଠୁ ସ୍ୱଚ୍ଛ ସହର ଘୋଷଣା କରାଯାଇଛି ।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ବ୍ୟାପକ ଭାଗିଦାରି ସହିତ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ଓ ପୁରସ୍କାର ସମାରୋହରେ ସ୍ୱଚ୍ଛତା ସ୍ତରକୁ ଉଚ୍ଚା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ସେ ସ୍ୱଚ୍ଛତାରୁ ସଂପନ୍ନତାର ରାସ୍ତାକୁ ଆଗକୁ ବଢାଇବା ପାଇଁ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ସ୍ୱଚ୍ଛତା ଅଭିଯାନ ମହିଳାଙ୍କ ଆର୍ଥିକ ଆତ୍ମନିର୍ଭରତାକୁ ସୁଯୋଗ ପ୍ରଦାନ କରୁଥିବା ଜାଣି ସେ ଖୁସି ବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button