Breaking PLUSଦେଶମୁଖ୍ୟ ଖବର

ମହାରାଷ୍ଟ୍ରର ସୋଲାପୁରରେ ଦେଶର ସବୁଠୁ ବଡ ଶ୍ରମିକ ଆବାସୀୟ ପରିଯୋଜନା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପିଏମ ମୋଦି

ସୋଲାପୁର, 19 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ 10.45ଟା ବେଳେ ମହାରାଷ୍ଟ୍ରର ସୋଲାପୁରରେ ବିକାଶ ପରିଯୋଜନାର ଉଦଘାଟନ କରିଛନ୍ତି । ଏହାସହିତ ସୋଲାପୁରରେ କୁମ୍ଭାରୀରେ ଅସଙ୍ଗଠିତ ଅଞ୍ଚଳରେ ଶ୍ରମିକଙ୍କ ପାଇଁ ତିଆରି ହୋଇଥିବା ଘରର ଉଦଘାଟନ କରିଛନ୍ତି । ଏହା ଦେଶର ସବୁଠୁ ବଡ ଶ୍ରମିକଙ୍କ ପାଇଁ ତିଆରି ହୋଇଥିବା ଆବାସୀୟ ପରିଯୋଜନା ଅଟେ । ଏହି ଅବସରରେ ରାଜ୍ୟପାଳ ରମେଶ ବୈଶ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଅଜିତ ପାୱାର, ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ତଥା ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ଅସଙ୍ଗଠିତ ଅଞ୍ଚଳରେ ଶ୍ରମିକଙ୍କ ଆବାସୀୟ ପରିଯୋଜନା 350 ଏକର କ୍ଷେତ୍ରଫଳରେ ବ୍ୟାପିଛି । ଏଠାରେ ପ୍ରାୟ 834ଟି ବିଲ୍ଡିଂ ଓ 30ହଜାର ଫ୍ଲାଟ ରହିଛି । ଏହା ଦେଶରେ ସବୁଠୁ ବଡ ଶ୍ରମିକଙ୍କ କଲୋନୀ ଅଟେ । ପିଏମ ମୋଦି 2019 ଜାନୁୟାରୀ 9 ତାରିଖରେ ଏହି ଯୋଜନା ପାଇଁ ଶିଳାନ୍ୟାସ କରିଥିଲେ ।

Show More

Related Articles

Back to top button