Breaking PLUSଦେଶମୁଖ୍ୟ ଖବର

କୋର୍ଟରେ ଭିସି ଜରିଆରେ ହାଜର ହେଲେ ମନୀଷ ସିସୋଦିଆ

ନ୍ୟାୟିକ ହେପାଜତ ଫେବୃୟାରୀ 5ଯାଏ ବୃଦ୍ଧି

ନୂଆଦିଲ୍ଲୀ, 19 ଜାନୁୟାରୀ – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାର ଅଭିଯୁକ୍ତ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର ସିବିଆଇ ସହିତ ଜଡିତ ମାମଲାରେ ରାଉଜ ଏଭିନ୍ୟୁ କୋର୍ଟରେ ଭିସି ଜରିଆରେ ହାଜର ହୋଇଛନ୍ତି । କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଫେବୃୟାରୀ 5ଯାଏ ବୃଦ୍ଧି କରିଛନ୍ତି ।
ଭିସି ଜରିଆରେ ମନୀଷ ସିସୋଦିଆଙ୍କ ହାଜରାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ କୋର୍ଟ । କୋର୍ଟ କହିଥିଲେ ଯେ, ମନୀଷ ସିସୋଦିଆଙ୍କୁ ଫିଜିକାଲି ହାଜର ହେବାକୁ ଆଦେଶ ଦିଆଯାଇଥିଲା । ଭିସି ଜରିଆରେ ହାଜର ହେବା ନେଇ ତିହାର ଜେଲରୁ କୌଣସି ଇମେଲ ମଧ୍ୟ ଆସିନାହିଁ । ପରବର୍ତ୍ତୀ ଶୁଣାଣି ସମୟରେ ସିସୋଦିଆଙ୍କୁ ହାଜର କରିବାକୁ କୋର୍ଟ ଜେଲ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button