Breaking PLUSଦେଶମୁଖ୍ୟ ଖବର

ଅସାଧାରଣ ଉପଲବ୍ଧି ପାଇଁ ଜାନୁୟାରୀ 22ରେ 19ଜଣ ଶିଶୁଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, 19 ଜାନୁୟାରୀ -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଅସାଧାରଣ ଉପଲବ୍ଧି କରିଥିବା 19ଜଣ ଶିଶୁଙ୍କୁ ଜାନୁୟାରୀ 22 ତାରିଖରେ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର 2024ରେ ସମ୍ମାନିତ କରିବେ । ଏହି ପୁରସ୍କାର ପ୍ରାପ୍ତ ଶିଶୁଙ୍କ ସହ ପିଏମ ମୋଦି ଜାନୁୟାରୀ 23ରେ କଥାବାର୍ତ୍ତା ହେବେ ।
ସରକାରୀ ମୁଖପାତ୍ରଙ୍କ ମୁତାବକ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର 2024 ପାଇଁ କଳା ଓ ସଂସ୍କୃତି ପାଇଁ 7ଜଣ, ସାହସ ପାଇଁ ଜଣେ, ଉଦ୍ଭାବନ ପାଇଁ ଜଣେ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଜଣେ, ସାମାଜିକ ସେବା ପାଇଁ 4ଜଣ, ଖେଳ ପାଇଁ 5ଜଣ ଶିଶୁଙ୍କୁ ଚୟନ କରାଯାଇଛି । ଏମାନଙ୍କୁ ଅସାଧାରଣ ଉପଲବ୍ଧି ପାଇଁ ସମ୍ମାନିତ କରାଯିବ । ପିଏମଆରବିପି ପୁରସ୍କାର ବିଜେତାଙ୍କୁ ଗୋଟିଏ ପଦକ, ଗୋଟିଏ ପ୍ରମାଣ ପତ୍ର ପ୍ରଦାନ କରାଯିବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଶିଶୁଙ୍କ ସହ କଥା ହେବେ ।

Show More

Related Articles

Back to top button