ଓଡ଼ିଶା

ତେଜସ ଯୁଦ୍ଧ ବିମାନରେ ଉଡାଣ ଭରିଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ଣ୍ଣାଟକର ବେଙ୍ଗାଲୁରୁରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର ପରିଦର୍ଶନ କରିଛନ୍ତି । ଏହି ଅବସରରେ ପିଏମ ମୋଦି ସ୍ୱଦେଶୀ ତେଜସ୍ ଯୁଦ୍ଧ ବିମାନର ଉଡାଣ ଭରିଥିଲେ । ତେଜସ ସହିତ ଉତ୍ପାଦନ ସୁବିଧାଗୁଡିକର କାର୍ଯ୍ୟକୁ ତଦାରଖ କରିବା ତାଙ୍କ ବେଙ୍ଗାଲୁରୁ ଗସ୍ତର ଉଦ୍ଦେଶ୍ୟ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରିଦର୍ଶନ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଉଡାଣ ଫଟୋ ସେୟାର କରି ସେ କହିଛନ୍ତି ଯେ, ତେଜସରେ ସଫଳତାପୂର୍ବକ ଉଡାଣ ଭରିଲି । ଏହି ଅନୁଭବ ଅବିଶ୍ୱସନୀୟ ଥିଲା, ଯାହାକି ଆମ ଦେଶର ସ୍ୱଦେଶୀ କ୍ଷମତାରେ ମୋର ବିଶ୍ୱାସକୁ ବହୁତ ବଢାଇ ଦେଇଥିଲା ଏବଂ ଆମ ଦେଶର କ୍ଷମତା ସମ୍ପର୍କରେ ମୋତେ ଗର୍ବ ଓ ଆଶାବାଦୀ ହେବାର ଭାବନା କରିଛି ।

Show More

Related Articles

Back to top button