Breaking PLUSଓଡ଼ିଶାମୁଖ୍ୟ ଖବର

ଧବଳେଶ୍ଵରଙ୍କ ପୀଠରେ ବଡଓଷା, ବାବାଙ୍କୁ ଦର୍ଶନ କଲେ ଭକ୍ତ

କଟକ, ୨୫ ନଭେମ୍ବର – ପଂଚକର ତୃତୀୟ ଦିବସ ବଡ଼ଓଷାରେ ଆଜି କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ବାବା ଧବଳେଶ୍ଵରଙ୍କ ମନ୍ଦିରର କବାଟ ଭାଙ୍ଗି ବାବାଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପୂଜକଙ୍କ ଧାରଣା ଯୋଗୁଁ ଗତକାଲି ଠାରୁ ଦର୍ଶନରୁ ବଂଚିତ ରହିଥିଲେ ଭକ୍ତ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଆଜି ବାବା ଧବଳେଶ୍ଵର ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ଉପଲକ୍ଷେ ଆଜି ଭୋର୍ ରୁ ୧୦୮ ଗରା ସୁବାଷିତ ଜଳରେ ବାବାଙ୍କୁ ମାର୍ଜନା ସ୍ନାନ କରାଯାଇଥିଲା । ଏହାପରେ ମଙ୍ଗଳଆଳତୀରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ଏହାପରେ ଘର୍ଷଣ ଭୋଗ ପ୍ରସ୍ତୁତ କରାଯାଇଥିଲା । ମଧ୍ୟାହ୍ନରେ ବାବାଙ୍କୁ ଅନ୍ନ, ଡାଲମା, କ୍ଷିରୀ, ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ସଂନ୍ଧ୍ୟାରେ ବାବାଙ୍କ ସ୍ନାନ କରାଯାଇ ରାଜରାଜେଶ୍ଵର ବେଶ ସହିତ ବାବାଙ୍କ ବଡ ସିଂହାର ବେଶ ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ରାତିରେ ଗଜଭୋଗ ଲାଗି କରାଯିବ । ଚାଉଳ ଚୁନା, ଗୁଡ଼, ମୁଗ, ନଡ଼ିଆ କୋରା, ଛେନାରେ ଏହି ଗଜମଣ୍ଡା ପ୍ରସ୍ତୁତ ହୋଇଥାଏ ।

Show More

Related Articles

Back to top button