Breaking PLUSଓଡ଼ିଶାମୁଖ୍ୟ ଖବର

କୋଟିପତି ଅବକାରୀ ଅଧୀକ୍ଷକ ଗିରଫ

ଭୁବନେଶ୍ୱର-ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆୟଠାରୁ ୨୦୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଏହି ଅର୍ଥ କେଉଁ ସୂତ୍ରରୁ ଆସିଛି, ସେ ନେଇ କୌଣସି ତଥ୍ୟ ରଖିପାରିନାହାନ୍ତି ଗଙ୍ଗା । ଗଙ୍ଗାଙ୍କର ଜୟପୁର ଫାୟାର ଷ୍ଟେସନ ନିକଟରେ 4ହଜାର ସ୍କୋୟାର ଫୁଟ ପ୍ଲଟରେ ଏକ ତିନି ମହଲା ଘର ରହିଛି । ଜୟପୁରର ନୂଆସାହିରେ 16ଶହ ସ୍କୋୟାର ଫୁଟରେ ତିନିମହଲା ଘର, ଜୟପୁରର ଜଗଦ୍ଧାତ୍ରୀପୁରରେ ଏକ ପାର୍କିଂ ଏରିଆ, ଅନ୍ନପୂର୍ଣ୍ଣା ରିଅଲ ଇଷ୍ଟେଟକୁ 16ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିବା ଜଣାପଡିଛି । ଜୟପୁରର ମୁଖ୍ୟ ଟାଉନ ଏରିଆରେ 5ଟି ପ୍ଲଟ, ଲକ୍ଷେ 12ହଜାର 240ଟଙ୍କା ନଗଦ ଟଙ୍କା, 2ଟି କାର ଓ ଦୁଇଟି ବାଇକ୍ ମଧ୍ୟ ରହିଛି । ଜୁଏଲାରୀ, ଆସବାବପତ୍ର, ବ୍ୟାଙ୍କ ଜମା ରହିଛି । ଭିଜିଲାନ୍ସ ପକ୍ଷୁ ଖୋଳତାଡ ଜାରି ରହିଛି ।

Show More

Related Articles

Back to top button