ସ୍ୱାସ୍ଥ୍ୟ

ସପୁରୀ ଚୋପାକୁ ଅଯଥା ଭାବି ଫିଙ୍ଗି ଦେଉଛନ୍ତି କି : ଜାଣନ୍ତୁ ଏହାର ସ୍ୱାସ୍ଥ୍ୟଗତ ଗୁଣ

ସପୁରୀ ଗୋଟିଏ ଗ୍ରୀଷ୍ମ ଋତୁର ଫଳ ଅଟେ ,ଏହା ସ୍ୱାଦିଷ୍ଟ ହେବ ସହିତ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ହିତକର l ଏହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରି ଥାନ୍ତି l କାରଣ ସପୁରୀ ରସ ସ୍ୱାସ୍ଥ୍ୟ ପକ୍ଷ ହିତକର ଅଟେ l କିନ୍ତୁ ସପୁରୀ ରସ ଭଳି ସପୁରୀର ଚୋପା ମଧ୍ୟ ଶରୀର ପାଇଁ ହିତକର ବୋଲି ହୁଏତ ଆପଣ ଜାଣି ନଥିବେ

୨୦୧୮ ରେ ଗବେଷକ ମାନେ ସପୁରୀ ଚୋପା ଉପରେ ଗବେଷଣା କରି ଏହାର ଲାଭ ବିଷୟରେ ଜାଣିଛନ୍ତି l ତେଣୁକରି ବର୍ତ୍ତମାନ ଶରୀରର ବିଭିନ୍ନ ରୋଗୀପାଇଁ ସପୁରୀ ଚୋପାର ବ୍ୟବହାର କରିବାକୁ କୁହାଯାଉଛି l ଏଥିରେ ମଧ୍ୟ ଅନେକ ପୋଷକତତ୍ୱ ରହିଛି ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ ଅଟେ l

* ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ପ୍ରାୟ ସମସ୍ତଙ୍କ ପାଖରେ ଦେଖା ଦେଉଛି l ତେଣୁକରି ଗବେଷକ ମାନେ କହୁଛନ୍ତି ଯେ ସପୁରୀ ଚୋପାରେ ଭିଟାମିନ-ସି ଓ କ୍ୟାଲସିୟମ ଆଣ୍ଠୁଗଣ୍ଠିର ଯନ୍ତ୍ରଣା ପାଇଁ ଲାଭ ଦାୟକ ଅଟେ l ସେମାନଙ୍କ ମତରେ ସପୁରୀ ଚୋପା ଓ ଡାଳଚିନିରେ ଚା ପ୍ରସ୍ତୁତ କରି ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ l ପ୍ରତେକ ଦିନ ଏହା ଆପଣ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇ ପାରିବେ l

* ପାଚନ ସମ୍ବଧୀୟ ସମସ୍ତ ଅସୁବିଧା ପାଇଁ ସପୁରୀ ଅତ୍ୟନ୍ତ ହିତକର ,ସେହିଭଳି ସପୁରୀ ଚୋପା ମଧ୍ୟ ପାଚନ ପ୍ରକ୍ରିୟା ପାଇଁ ଲାଭ ଦେଇଥାଏ l ଆପଣ ଏହି ସମସ୍ୟାକୁ ଦୂର କରିବା ପାଇଁ ସପୁରୀ ଚୋପାରେ ଜୁସ ପ୍ରସ୍ତୁତ କରନ୍ତୁ l ଏହି ରସକୁ ଛାଣି ସେଥିରେ ଗୋଲ ମରିଚ ଗୁଣ୍ଡ ମିଶାଇ ଦିନକୁ ଦୁଇଥ ଖାଇ ସାରିବା ପରେ ପିଅନ୍ତୁ ଆପଣଙ୍କର ପାଚନ ସମ୍ବଧୀୟ ସମସ୍ୟା ଦୂର ହୋଇଯିବ l

* ସପୁରୀ ଚୋପାରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ରହିଛି l ତେଣୁ ଏହା ତ୍ୱଚା ପାଇଁ ଅତ୍ୟନ୍ତ ହିତକର l ଯଦି ଆପଣଙ୍କ ତ୍ୱଚାରେ ବ୍ରଣ ହେଉଛି ତେବେ ପ୍ରତେକ ଦିନ ସପୁରୀ ଚୋପାରେ ପେଷ୍ଟ ପ୍ରସ୍ତୁତ କରି ତାହାକୁ ମୁଖ ମଣ୍ଡଳରେ ଲେପ ଦେବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଯିବ l

* ଗ୍ରୀଷ୍ମ ଋତୁରେ ଝାଳର ଦୁର୍ଗନ୍ଧ ଏକ ସାଧାରଣ ସମସ୍ୟା ଅଟେ l ସପୁରୀ ଚୋପାକୁ ଆପଣ ଗରମ ପାଣିରେ ଫୁଟାଇ ଗାଧୋଇବା ଦ୍ଵାରା ଆପଣଙ୍କ ଶରୀରରୁ ଝାଳର ଦୁର୍ଗନ୍ଧ ଦୂର ହୋଇଥାଏ ଏବଂ ଶରୀର ଡି ହାଇଡ୍ରେଡ଼ ରହିଥାଏ ଏବଂ ସତେଜ ଲାଗିଥାଏ l

Show More

Related Articles

Back to top button