ଦେଶ ବିଦେଶବାଣିଜ୍ୟ

ଆଗକୁ ପେଟ୍ରୋଲ-ଡିଜେଲ ହେବ ଆହୁରି ଶସ୍ତା !

ଅଶୋଧିତ ତୈଳ ଉତ୍ପାଦନ ନେଇ ‘ଓପେକ୍+’ ଙ୍କ ବଡ଼ ନିଷ୍ପତ୍ତି

ଆଗକୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆହୁରି ହ୍ରାସ ହେବ। ଓପେକ୍‌ ଓ ସମ୍ପର୍କିତ ତୈଳ ଉତ୍ପାଦକ ଦେଶମାନେ ଅଶୋଧିତ ତୈଳ ଦର ବୃଦ୍ଧି ନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗ୍ୟାସୋଲିନ୍‌ ମୂଲ୍ୟ ହ୍ରାସ ଲାଗି ସାଉଦୀ ଆରବ ଓ ଋଷକୁ ଉତ୍ପାଦନ ବୃଦ୍ଧି ନିମନ୍ତେ ନିବେଦନ କରିଥିଲେ। ସେହି ଅନୁସାରେ ଓପେକ୍ ପ୍ଲସ୍ ଦେଶମାନେ ଡିସେମ୍ବର ମାସରେ ଦୈନିକ ୪ଲକ୍ଷ ବାରଲ ଉତ୍ପାଦନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଯୋଗୁ ନୂଆ ବର୍ଷରୁ ବିଶ୍ୱ ବଜାରରେ ପେଟ୍ରୋଲିୟମ ଉତ୍ପାଦର ନୂଆ ମୂଲ୍ୟର ସୂଚନା ଦେଉଛି। ଦୈନିକ ଏହି ମାତ୍ରାରେ ଅଶୋଧିତ ତୈଳ ଉତ୍ପାଦିତ ହେଲେ ବଜାରକୁ ଏତେ ପରିମାଣରେ ତୈଳ ଯୋଗାଣ ବଢ଼ିଯିବ ଯେ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ହ୍ରାସ ସହ ମୁଦ୍ରାସ୍ପିତି ନିୟନ୍ତ୍ରଣାଧୀନ ହେବ ବୋଲି ଆଶା କରାଯାଉଛି।

ତେବେ ଓପେକ୍‌ ପ୍ଲସ୍‌ ଦେଶମାନେ ଅଚାନକ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଦେବେନି ବୋଲି ଜଣାପଡିଛି। ବିଶ୍ୱରେ କରୋନା ଭାଇରସ ମହାମାରୀ କାଳରେ ହୋଇଥିବା ଉତ୍ପାଦନ ହ୍ରାସ ଭରଣା ନ ହେବା ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି କରାଯିବ ନାହିଁ। ତେବେ ଧିରେ ଧିରେ ବଢାଇବାର ଯୋଜନା କରାଯାଉଛି। ହେଲେ ଦୈନିକ ଉତ୍ପାଦନ ହାର ୪ଲକ୍ଷ ବାରଲ ପହଞ୍ଚାଇବା ଲାଗି ପ୍ରସ୍ତାବକୁ ଓପେକ୍ ପ୍ଲସ୍‌ଙ୍କ ଅନୁମୋଦନ ମିଳିଯାଇଛି। ଓପେକ୍ ଦେଶମାନେ କରୋନା ଭାଇରସ ମହାମାରୀ କାଳରେ କରିଥିବା ଉତ୍ପାଦନ କାଟ୍‌କୁ ଅତ୍ୟନ୍ତ ସାବଧାନତାର ସହ ଆଗକୁ ବଢ଼ାଉଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ଉତ୍ପାଦନ ବୃଦ୍ଧି ଲାଗି ଆମେରିକା ରାଷ୍ଟ୍ରପତି ବାରମ୍ବାର ନିବେଦନ କରୁଛନ୍ତି। ତେବେ ଏଥିରୁ ଏପର୍ଯ୍ୟନ୍ତ ସେପରି ସଫଳତା ମିଳିପାରି ନାହିଁ।

Show More

Related Articles

Back to top button