Breaking PLUSଦେଶମୁଖ୍ୟ ଖବର

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳଦର ବ୍ୟାରେଲ ପିଛା 78 ଡଲାର

ନୂଆଦିଲ୍ଲୀ, 5 ଜାନୁୟାରୀ – ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅସ୍ଥିର ରହିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 78 ଡଲାର ହୋଇଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ 73 ଡଲାର ରହିଛି । ତେବେ ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ 96.72ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 89.62ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 106.31ଟଙ୍କା ଥିବା ବେଳେ ଡିଜେଲ 94.27ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 92.76ଟଙ୍କା, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 94.24ଟଙ୍କା ରହିଛି ।

Show More

Related Articles

Back to top button