Breaking PLUSଦେଶମୁଖ୍ୟ ଖବର

ଦେଶରେ 24ଘଣ୍ଟାରେ 761 ନୂଆ ମାମଲା ଚିହ୍ନଟ, 12 ମୃତ

ନୂଆଦିଲ୍ଲୀ, 5 ଜାନୁୟାରୀ -ଦେଶରେ କରୋନାର ମାମଲା ବଢିବାରେ ଲାଗିଛି । ଗତ 24ଘଣ୍ଟାରେ 761 ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ସେହିପରି 12 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ଶୁକ୍ରବାର ଜାରି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24ଘଣ୍ଟାରେ କରୋନାରୁ 838ଜଣ ସୁସ୍ଥ ହୋଇଛନ୍ତି । ଏବେ 4334 ଆକ୍ଟିଭ ମାମଲା ରହିଛି । କର୍ଣ୍ଣାଟକ ଓ କେରଳରେ କରୋନାର ନୂଆ ମାମଲା ଲଗାତର ଭାବେ ବଢିବାରେ ଲାଗିଛି । କରୋନାରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କର୍ଣ୍ଣାଟକରେ ଗତ 24ଘଣ୍ଟାରେ 4ଜଣ ରୋଗୀ, କେରଳରୁ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button