Breaking PLUSଦେଶମୁଖ୍ୟ ଖବର

ଉତ୍ତର 24ପ୍ରଗଣାରେ ଇଡି ଅଧିକାରୀଙ୍କ ଉପରକୁ ତୃଣମୂଳ ସମର୍ଥକଙ୍କ ହମ୍‌ଲା

କୋଲକାତା, 5 ଜାନୁୟାରୀ – ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାରେ ରାଶନ ବିତରଣ ଦୁର୍ନୀତି ମାମଲାରେ ରେଡ୍ କରିବାକୁ ପହଞ୍ଚିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀଙ୍କୁ କ୍ଷମତାସୀନ ତୃଣମୂଳ କଂଗ୍ରେସର ସମର୍ଥକମାନେ ଆକ୍ରମଣ କରିଛନ୍ତି । ପୋଲିସ ଉପସ୍ଥିତିରେ ବହୁସଂଖ୍ୟାରେ ତୃଣମୂଳ କଂଗ୍ରେସ କର୍ମୀ ପହଞ୍ଚି ଆକ୍ରମଣ କରିଥିଲେ । ଏହାପରେ ଅଧିକାରୀମାନେ ଆତ୍ମରକ୍ଷା କରି ସେଠାରେ ପଳାଇ ଆସିଛନ୍ତି ।
ଉତ୍ତର 24ପ୍ରଗଣାର ସନ୍ଦେଶଖାଲିରେ ତୃଣମୂଳ ନେତା ଶାହଜହାଁ ଶେଖଙ୍କ ଘର ଉପରେ ଚଢାଉ କରିବାକୁ ଇଡି ଅଧିକାରୀମାନେ ପହଞ୍ଚିଥିବା ବେଳେ ସମର୍ଥକମାନେ ଆକ୍ରମଣ କରିଥିଲେ । ସନ୍ଦେଶଖାଲିର ବିଭିନ୍ନ ସ୍ଥାନରେ ତୃଣମୂଳ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରିଥିଲେ । ରାସ୍ତା ଘେରାଉ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମିଡିଆ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି ।

Show More

Related Articles

Back to top button