Breaking PLUSଦେଶମୁଖ୍ୟ ଖବର

ମିଜୋରାମରେ 3.5 ତୀବ୍ରତାର ଭୂକମ୍ପ

ଆଇଜୋଲ, 5 ଜାନୁୟାରୀ – ମିଜୋରାମରେ ଆଜି ସକାଳ 7.18 ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଭୂକମ୍ପର କେନ୍ଦ୍ର ମିଜୋରାମର ଲୁଙ୍ଗଲେଇରେ ରହିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ରେକର୍ଡ କରାଯାଇଛି । ଭୂକମ୍ପ ଝଟ୍‌କା ତ୍ରିପୁରାର କିଛି ଅଞ୍ଚଳରେ ଅନୁଭୂତ ହୋଇଛି । ଏହାସହିତ ପଡୋଶୀ ଦେଶ ମିଆଁମାରର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି ।

Show More

Related Articles

Back to top button