Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅହମଦାବାଦ ଷ୍ଟାଡିୟମରେ ପ୍ରବଳ ଗରମ ଓ ଗୁଳଗୁଳି ଯୋଗୁ 3ଶହରୁ ଅଧିକ ଲୋକ ଅସୁସ୍ଥ

ଅହମଦାବାଦ- ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଭାରତ-ପାକିସ୍ତାନ ମ୍ୟାଚ ସମୟରେ ପ୍ରବଳ ଗରମ ଯୋଗୁ ପ୍ରାୟ 3ଶହ ଲୋକଙ୍କର ମୁଣ୍ଡ ବୁଲାଇ ସେମାନେ ପଡିଯାଇଥିବା ସୂଚନା ମିଳିଛି । ସମସ୍ତ ଅସୁସ୍ଥଙ୍କୁ ତୁରନ୍ତ 108 ଜରୁରୀକାଳୀନ ଆମ୍ବୁଲାନ୍ସରେ ଚିକିତ୍ସା କରାଯାଇଥିଲା । 10ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶନିବାର ଅହମଦାବାଦର ପାଗ ବେଶ୍ ଗରମ ରହିଥିଲା । ସକାଳ 10 ସୁଦ୍ଧା ତାପମାତ୍ରା ପ୍ରାୟ 31ଡିଗ୍ରୀ ରେକର୍ଡ କରାଯାଇଥିଲା । ଫଳରେ ଷ୍ଟାଡିୟମକୁ ଆସୁଥିବା ଲୋକଙ୍କୁ ପ୍ରବଳ ଗରମ ହୋଇଥିଲା । ମ୍ୟାଚ ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିଲା କିନ୍ତୁ ସକାଳୁ ଦର୍ଶକଙ୍କ ଆସିବା ଆରମ୍ଭ ହୋଇଯାଇଥିଲା । ଅପରାହ୍ନ 1ଟା ସୁଦ୍ଧା ପ୍ରାୟ ଷ୍ଟାଡିୟମର ଆଖପାଖରେ ପ୍ରାୟ ହଜାରେ ଲୋକ ଏକାଠି ହୋଇଯାଇଥିଲେ ।ଏହି ସମୟରେ ତାପମାତ୍ରା ପ୍ରାୟ 35ଡିଗ୍ରୀ ପାଖାପାଖି ଥିଲା । ପୂରା ବାତାବରଣ ଏହାଯୋଗୁ ଗରମ ହୋଇଯାଇଥିଲା ।
ଗରମ ଯୋଗୁ 3ଶହ ଦର୍ଶକଙ୍କ ମୁଣ୍ଡ ବୁଲାଇ ହେବା ସହ ସେମାନେ ପଡିଯାଇଥିଲେ ।

Show More

Related Articles

Back to top button