Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଛି ଆଦିକୈଳାସ ଯାତ୍ରା

ଡେରାଡୁନ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନ୍ତ୍ରମୁଗ୍ଧ କରିଛି ଆଦି କୈଳାସ ଓ ଜାଗେଶ୍ୱର ଧାମ ଯାତ୍ରା । ଉତ୍ତରାଖଣ୍ଡର କୁମାଓଙ୍ଗରୁ ଦିନିକିଆ ଯାତ୍ରା ସାରା ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଦି କୈଳାସ ଓ ଜାଗେଶ୍ୱର ଧାମ ଯାତ୍ରା ତାଙ୍କ ଜୀବନର ଐତିହାସିକ ଯାତ୍ରାରେ ସାମିଲ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏନେଇ ସୋସିଆଲ ମିଡିଆରେ ବୟାନ କରିଛନ୍ତି । ଏହାସହିତ କୁମାଓଙ୍ଗରେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ନେଇ ସେ ଆଶାବାଦୀ ଅଛନ୍ତି ।
ଏହି ଯାତ୍ରାରେ ମନ୍ତ୍ରମୁଗ୍ଧ ହୋଇ ମୋଦି କହିଛନ୍ତି ଯେ, ଯଦି କିଏ ମୋତେ ପଚାରିବ-ଯଦି ଆପଣଙ୍କୁ ଉତ୍ତରାଖଣ୍ଡରେ ଗୋଟିଏ ସ୍ଥାନ ନିଶ୍ଚିତ ଦେଖିବା ଉଚିତ ତେବେ ଏହା କେଉଁ ସ୍ଥାନ, ତାହାହେଲେ ମୁଁ କହିବି ଆପଣଙ୍କୁ ରାଜ୍ୟର କୁମାଓଙ୍ଗ ଅଞ୍ଚଳରେ ଥିବା ପାର୍ବତୀ କୁଣ୍ଡ ଓ ଜାଗେଶ୍ୱର ମନ୍ଦିର ନିଶ୍ଚିତ ଦେଖିବା ଉଚିତ । ପ୍ରାକୃତି ସୁନ୍ଦରତା ଓ ଦିବ୍ୟତା ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦେବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡରେ ବୁଲିବାକୁ ଅନେକ ପ୍ରସିଦ୍ଧ ସ୍ଥାନ ରହିଛି ଏବଂ ମୁଁ ଅନେକ ଥର ଉତ୍ତରାଖଣ୍ଡ ଯାଇଛି । କେଦାରନାଥ ଓ ବଦ୍ରିନାଥ ପରି ପବିତ୍ର ସ୍ଥାନ ରହିଛି, ଯାହା ସବୁଠୁ ଭଲ ସ୍ମୃତି ଦେବ । କିନ୍ତୁ ଅନେକ ବର୍ଷ ପରେ ପାର୍ବତୀ କୁଣ୍ଡ ଓ ଜାଗେଶ୍ୱର ମନ୍ଦିର ଦର୍ଶନ କରିବା ସ୍ୱତନ୍ତ୍ର ଥିଲା ବୋଲି ମୋଦି କହିଛନ୍ତି ।

Show More

Related Articles

Back to top button