Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପାକିସ୍ତାନକୁ 7 ୱିକେଟରେ ହରାଇଲା ଭାରତ

ଅହମଦାବାଦ- ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଓ କ୍ୟାପଟେନ ରୋହିତ ଶର୍ମା (86) ଓ ଶ୍ରେୟସ ଆୟାର (53 ନଟଆଉଟ) ଙ୍କ ଅର୍ଦ୍ଧଶତକୀୟ ଯୋଗୁ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିକୁ ଅହମଦାବାଦ ମ୍ୟାଚରେ ହରାଇ ବିଜୟୀ ହୋଇଛି । ବିଶ୍ୱକପର 12ତମ ମ୍ୟାଚରେ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ଅଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛି । ପାକିସ୍ତାନ ବିରୁଦ୍ଧରେ ଭାରତୀ ଟିମ ବିଶ୍ୱକପରେ ବିଜୟ ରେକର୍ଡ 8-0 ହୋଇଛି ।

ମ୍ୟାଚରେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି 42.5 ଓଭରରେ 191 ରନ କରି ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ 30.3 ଓଭରରେ 3 ୱିକେଟ ହରାଇ 192 ରନ୍ କରି 7 ୱିକେଟରେ ବିଜୟୀ ହୋଇଥିଲା ।

192 ରନର ପିଛା କରୁଥିବା ଭାରତୀୟ ଟିମର ପ୍ରାରମ୍ଭିକ ପ୍ରଦର୍ଶନ ଣକରାପ ରହିଥିବା । ତୃତୀୟ ଓଭରରେ ମାତ୍ର 23 ରନ ସ୍କୋରରେ ଶୁଭମନ ଗିଲ୍ 16 ରନ୍ କରି ଶାହିନ ଶାହ ଅଫରିଦିଙ୍କ ବଲରେ ଆଉଟ ହୋଇଯାଇଥିଲେ । ଗିଲଙ୍କ ଆଉଟ ପରେ ରୋହିତ-କୋହଲିଙ୍କ ପାର୍ଟନରସିପରେ 56 ରନ୍ ଯୋଡି ହୋଇଥିଲା । ରୋହିତ ବେଶ୍ ଦମଦାର ବ୍ୟାଟିଂ କରିଥିଲେ । ପାକିସ୍ତାନ ବୋଲରଙ୍କୁ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ କରିଥିଲେ । ତେବେ 79 ରନରେ ଭାରତର ଦ୍ୱିତୀୟ ୱିକେଟ ଖସିଥିଲା । ଅଫରିଦିଙ୍କ ଦ୍ୱିତୀୟ ଶିକାର ବନିଥିଲେ କୋହଲି । ସେହିପରି 22ତମ ଓଭରରେ ରୋହିତ ହସନ ଅଲିଙ୍କ ବଲରେ ଆଉଟ ହୋଇଯାଇଥିଲେ । ରୋହିତ ଶର୍ମା 63 ବଲରେ 6ଟି ଛକା ଓ 6ଟି ଚୌକା ମାରିଥିଲେ । ଶ୍ରେୟସ ଆୟାର ଓ କେଏଲ ରାହୁଲଙ୍କ ଯୋଡି 30.3 ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲେ । ଚମତ୍କାର ବୋଲିଂ ଯୋଗୁ ଜସପ୍ରୀତ ବୁମରାହଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଆୱାର୍ଡ ଦିଆଯାଇଥିଲା ।

Show More

Related Articles

Back to top button