Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ହାଇଆଲର୍ଟ

ଇସ୍ରାଏଲ୍‌ ଏବଂ ହମାସ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ଭାରତରେ ଅସାମାଜିକ କାର୍ଯ୍ୟକଳାପ ସମ୍ଭାବନା ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ସତର୍କ କରାଇବା ପରେ ଦିଲ୍ଲୀ, ମହାରାଷ୍ଟ୍ର, ଗୋଆ ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ହାଇ ଆଲର୍ଟ ଜାରି ହୋଇଛି। ଶୁକ୍ରବାର ନମାଜ ପାଠ ବେଳେ ସତର୍କତା ସ୍ବରୂପ ଜାତୀୟ ରାଜଧାନୀର ରାସ୍ତାଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହା ବ୍ୟତୀତ ଇସ୍ରାଏଲୀ ଦୂତାବାସ ଏବଂ ଇହୁଦୀ ଧର୍ମ ପ୍ରତିଷ୍ଠାନ ଆଦି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଇସ୍ରାଏଲୀ କୂଟନୀତିଜ୍ଞ, କର୍ମଚାରୀ ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ନିଶ୍ଚିତ କରିବା ଲାଗି ମହାରାଷ୍ଟ୍ର, ହିମାଚଳପ୍ରଦେଶ ଏବଂ ଗୋଆ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button