ବଲିଉଡ

ନିମନ୍ତ୍ରଣରେ ପଓ୍ୱନଦୀପ ଏବଂ ଅରୁଣିତା

ହ୍ରିତିକ ରୋଶନଙ୍କ ପିତାମାତା ରାକେଶ ରୋଶନ ଏବଂ ପିଙ୍କି ରୋଶନଙ୍କୁ ଭେଟିବା ସହ ଉପହାର ବି ଆଣିଲେ

ଇଣ୍ଡିଆନ୍ ଆଇଡଲ୍ ୧୨ ବିଜେତା ପବନଦୀପ ରାଜନ ଏବଂ ରନର୍ ଅପ୍ ଅରୁଣିତା କାଞ୍ଜିଲାଲ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଶୋ ’ପରେ ଏହି ଯୋଡିଙ୍କୁ ବିଭିନ୍ନ କାର୍ଯ୍ୟରେ ନିମନ୍ତ୍ରଣ କରାଯାଇଛି । ନିକଟରେ ଏହି ଯୋଡି ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପିତାମାତା – ରାକେଶ ରୋଶନ ଏବଂ ପିଙ୍କି ରୋଶନଙ୍କୁ ଭେଟିଥିଲେ । ଏହି ଯୋଡି ସେମାନଙ୍କ ସହିତ ତିନି ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ ।

ସେମାନଙ୍କ ସାକ୍ଷାତ ବିଷୟରେ ସେୟାର କରି ପୱନଦୀପ ରାଜନ କହିଛନ୍ତି, “ଉଭୟ ରାକେଶ ଜୀ ଏବଂ ପିଙ୍କି ଜୀ ଭାବପ୍ରବଣ ହୋଇ ଆମ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ । ଆମେ ବହୁତ ଗୀତ ଗାଇଥିଲୁ ଏବଂ ସେମାନେ ଆମ ଗୀତକୁ ବହୁତ ଖୁସିରେ ଉପଭୋଗ କରିଥିଲେ । ହ୍ରିତିକ ରୋଶନଙ୍କ ମା ତାଙ୍କୁ ରୁଦ୍ରାକ୍ଷ ସହିତ ସୁନା ଚେନ୍ ଏବଂ ଦେବୀ ଲକ୍ଷ୍ମୀଙ୍କ ମୁଦ୍ରାର ଥଳି ଦେଇଥିଲେ ।

ରାକେଶ ରୋଶନ ଜୀ ଆମକୁ ମଧ୍ୟ କହିଛନ୍ତି ଯେ ଉଭୟ ପିଙ୍କି ଏବଂ ସେ ପୱନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କର ବହୁତ ବଡ଼ ପ୍ରଶଂସକ ଅଟନ୍ତି ଏବଂ ଦୁହେଁ ସେମାନଙ୍କୁ ଭେଟିବାକୁ ଚାହୁଁଥିଲେ । ହ୍ରିତିକ ରୋଶନ ତାଙ୍କ ବାସଭବନରେ ଗୀତ ଶୁଣିବା ପାଇଁ ସେଠାରେ ଅଛନ୍ତି କି ବୋଲି ପଚରାଯିବାରୁ ପୱନଦୀପ କହିଛନ୍ତି, “ଆମେ ତାଙ୍କୁ କିଛି ସମୟ ପାଇଁ ଭେଟିଥିଲୁ । ସେ ଆମ ଦୁହିଁଙ୍କୁ କହିଲେ ଯେ କଠିନ ପରିଶ୍ରମ କରନ୍ତୁ ଏବଂ ଜୀବନରେ ଆଗକୁ ବଢନ୍ତୁ ।”

Show More

Related Articles

Back to top button