Breaking PLUSଦେଶମୁଖ୍ୟ ଖବର

ମୋଦିଙ୍କ ଉଚ୍ଚ ସ୍ତରୀୟ ବୈଠକ

ପୁଣି ଡରାଇଲାଣି ତୃତୀୟ ଲହର । ଦେଶର ବିଭିନ୍ନ ସ୍ଥାନରେ ତୃତୀୟ ଲହରର ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଲୋଚନା କରିବା ସହ ବର୍ତ୍ତମାନ ଦେଶର କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି । ଏହାସହ ଦେଶରେ ଚାଲିଥିବା ଟିକାକରଣ ଅଭିଯାନ ସମ୍ପର୍କରେ ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।

ଗୁରୁବାର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରୁ ଏଯାଏ କରୋନାର ଦ୍ୱିତୀୟ ୱେଭ ଶେଷ ହୋଇନାହିଁ ବୋଲି କହିଥିଲେ । ସେ ସୂଚନା ଦେବାର ୨୪ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଶ୍ରୀ ଭୂଷଣ କହିଥିଲେ, ଏବେ ବି ଦେଶର ୩୫ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି । ସେହିପରି ୩୦ଟି ଜିଲ୍ଲାରେ ୫ରୁ ୧୦% ଭିତରେ ପଜିଟିଭିଟି ରେଟ୍ ରହୁଛି ।

ସ୍ଥିତି ଏବେ ବି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏସବୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିବା କୁହାଯାଉଛି । ଆଗକୁ ପାର୍ବଣ ଋତୁ ଆସୁଛି । ଏହି ସମୟରେ ଭିଡ଼କୁ ଯଥା ସମ୍ଭବ କମ କରିବା ଉପରେ ମୋଦି ଆଜିର ବୈଠକରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ସମସ୍ତଙ୍କୁ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ବି ସେ କହିଛନ୍ତି ।

Show More

Related Articles

Back to top button