Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପନ୍ତନଗର ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଆରମ୍ଭ

ରୁଦ୍ରପୁର- ନଭେମ୍ବର 7 ତାରିଖରେ ଗୋବିନ୍ଦ ବଲ୍ଲଭ ପନ୍ତ କୃଷି ଏବଂ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି । ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜିଲ୍ଲାପାଳ ଉଦୟ ରାଜ ସିଂହ ରବିବାର ଅଧିକାରୀଙ୍କ ସହ ବୈଠକ କରି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ପନ୍ତନଗର ଏୟାରପୋର୍ଟରୁ ତରାଇ ଭବନ ପର୍ଯ୍ୟନ୍ତ ଏବଂ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନ ଚିହ୍ନଟ କରି ସମସ୍ତ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ମରାମତି ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏୟାରପୋର୍ଟର ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ପାର୍କିଂ ଆଦି ବ୍ୟବସ୍ଥାକୁ ସଜାଡିବା ନିମନ୍ତେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

Show More

Related Articles

Back to top button