Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗାଜାରେ ଅତ୍ୟାଧୁନିକ ଟ୍ୟାଙ୍କ ସହ ପ୍ରବେଶ କଲା ଇସ୍ରାଏଲର ସ୍ଥଳସେନା

ଆକାଶ ମାର୍ଗରୁ ଜାରି ରହିଛି ରକେଟ୍ ଓ ମିସାଇଲ୍ ମାଡ଼
ଉତ୍ତର ଗାଜା ଛାଡିବାକୁ ନାଗରିକମାନଙ୍କୁ ଚେତାବନୀ
ତେଲଅଭିବ/ଜେରୁଜେଲମ-ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ଗାଜାରେ ଯୁଦ୍ଧ ଲାଗିରହିଛି । ଇସ୍ରାଏଲର ସ୍ଥଳସେନା ଅତ୍ୟାଧୁନିକ ଟ୍ୟାଙ୍କ ସହ ଉତ୍ତର ଗାଜାରେ ପ୍ରବେଶ କରିଛି । ଏପଟେ ବାୟୁସେନା ଆକାଶ ମାର୍ଗରେ ରକେଟ୍ ଓ ମିସାଇଲରେ ଆକ୍ରମଣ କରୁଛି । କିଛି ସ୍ଥାନରେ ଇସ୍ରାଏଲ ସେନା ନିଜର ଦେଶର ପତାକା ଉଡାଇଥିବାର ଦେଖିବାକୁ ମିଳିଛି । ଏହାମଧ୍ୟରେ ଉତ୍ତର ଗାଜା ଛାଡିବାକୁ ନାଗରିକମାନଙ୍କୁ ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଗାଜା ଷ୍ଟ୍ରିପର ସବୁଠୁ ବଡ ଅଲ୍ ସିଫା ହସ୍ପିଟାଲର ତଳେ ଥିବା ହମାସର ଦୁର୍ଗକୁ ନିଶାନା କରିବାକୁ ସମସ୍ତ ପ୍ରସ୍ତୁତି ସାରିଛି ଇସ୍ରାଏଲ । କୌଣସି ମୁହୂର୍ତ୍ତରେ ଇସ୍ରାଏଲ ସେନା ଏହାକୁ ଟାର୍ଗେଟ କରିପାରେ ।
ଅନ୍ୟପଟେ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା କହିଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରିସାରିଛନ୍ତି । ଇସ୍ରାଏଲ ସ୍ୱାଧୀନତାର ଏହା ଦ୍ୱିତୀୟ ଯୁଦ୍ଧ ବୋଲି ସେ କହିଛନ୍ତି । ଏହାସହିତ ଦୀର୍ଘ ଓ କଠିନ ପରିସ୍ଥିତି ପାଇଁ ଦେଶବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି । ଏହି ଯୁଦ୍ଧରେ ଇସ୍ରାଏଲର ଲକ୍ଷ୍ୟ ଗୋଟିଏ । ହମାସକୁ ଶେଷ କରି ବନ୍ଧକଙ୍କୁ ଫେରାଇ ଆଣିବା ଇସ୍ରାଏଲର ଲକ୍ଷ୍ୟ ବୋଲି ସେ କହିଛନ୍ତି । ମାନବତା ଓ ନିଜ ଅସ୍ତିତ୍ୱର ରକ୍ଷା ପାଇଁ ହମାସକୁ ମାଟିରେ ମିଶିବାକୁ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button