Breaking PLUSଓଡ଼ିଶାମୁଖ୍ୟ ଖବର

ପିଆଜ କଳାବଜାରି କରୁଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ପିଆଜ କଳାବଜାରି କରୁଥିଲେ ହୋଇଯାଆନ୍ତୁ ସାବଧାନ । ପିଆଜ କଳାବଜାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ଗରିବ ଓ ମଧ୍ୟବିତ୍ତଙ୍କ ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ରାଜ୍ୟରେ 60 ଟପିଲାଣି ପିଆଜ ରେଟ୍ । ତେବେ ଖାଉଟିକୁ ସଠିକ ଦରରେ ପିଆଜ ମିଳିବା ଉପରେ ଗୁରୁତ୍ୱ ଦେଇଛି ଖାଦ୍ୟ ଓ ଯୋଗାଣ ବିଭାଗ । ପିଆଜ କଳାବାଜାରି କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ପିଆଜ ଅମଳ ସମୟ ପାଖେଇ ଆସିଲାଣି, ଗ୍ୟାପ୍‌କୁ ମ୍ୟାନେଜ କରାଯିବ । ଖାଉଟିଙ୍କୁ କିପରି ସଠିକ ଦାମ୍‌ରେ ମିଳିବ, ତାହା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button