Breaking PLUSଓଡ଼ିଶାମୁଖ୍ୟ ଖବର

ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗିରଫ

ଭୁବନେଶ୍ୱର- ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ରବିବାର ଦିନ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଏନେଇ ଭୁବନେଶ୍ୱର ଜୋନ୍ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ସେହି ସମୟରେ ଦୂତୀଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା। ଏକ ଡିଜିଟାଲ ମିଡିଆ ମଧ୍ୟ ଦୂତିଙ୍କ ପ୍ରଦର୍ଶନକୁ ନେଇ ଖବର ପ୍ରସାରଣ କରିଥିଲା। ପ୍ରଦୀପ ପ୍ରଧାନ ସେହି ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ତାକୁ ସେୟାର କରିଥିଲେ। ଯାହାକୁ ନେଇ ଦୂତୀ ଅପମାନିତ ହେବା ସହ ମାନସିକ ଆଘାତ ପାଇଥିବା କହିଥିଲେ । ଏବଂ ଡିଜିଟାଲ ମିଡିଆର ସମ୍ପାଦକଙ୍କ ସହ ପ୍ରଦୀପ ପ୍ରଧାନଙ୍କ ନାଁରେ ଏତଲା ଦେଇଥିଲେ ।

Show More

Related Articles

Back to top button