Breaking PLUSଦେଶମୁଖ୍ୟ ଖବର

କାମାଖ୍ୟା ମନ୍ଦିରର ପାର୍କିଂ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଗୌହ୍ୱାଟୀ- ନାଳାଚଳ ପାହାଡ ଉପରେ ଥିବା ପ୍ରମୁଖ ଶକ୍ତିପୀଠ କାମାଖ୍ୟା ମନ୍ଦିରର ଭିଆଇପି ପାର୍କିଂ ଅଞ୍ଚଳରେ ଶୁକ୍ରବାର ରାତିରେ 9ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ପାର୍କିଂ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଦୁଷ୍କର୍ମ ନେଇ ନାବାଳିକାଙ୍କ ମାଆ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ନୟନ ହାଲୋଇ ନାମକ ଜଣେ 27 ବର୍ଷୀୟ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳରେ ଏକ ଭଡାଘର ନେଇ ରହୁଥିଲା । ଏବଂ ମନ୍ଦିର ନିକଟରେ ଫଟୋଗ୍ରାଫର ଭାବେ କାମ କରୁଥିଲା ।
ଏଠାରେ ସୂଚନାଯୋଗ୍ୟ ନାବାଳିକା ଓ ତାଙ୍କ ମାଆ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରି ଚଳୁଥିଲେ ।

Show More

Related Articles

Back to top button