Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନୀ ହ୍ୟାଣ୍ଡଲିଂ ଏଜେନ୍ସିକୁ ଭାରତୀୟ ସେନା ସହ ଜଡିତ ଗୁପ୍ତ ସୂଚନା ପ୍ରଦାନ କରି ଗୁପ୍ତଚର ଗିରଫ

ଜୟପୁର-ପାକିସ୍ତାନୀ ହ୍ୟାଣ୍ଡଲିଂ ଏଜେନ୍ସିକୁ ଭାରତୀୟ ସେନା ସହ ଜଡିତ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଜଣେ ସନ୍ଦିଗ୍ଧ ଗୁପ୍ତଚରକୁ ବିକାନେର ଜିଲ୍ଲାରୁ ଗିରଫ କରାଯାଇଛି । ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଇଜଣ ଯୁବତୀଙ୍କ ସହ ଚାଟ୍ କରି ଭାରତୀୟ ସେନା ସହ ଜଡିତ ସାମରିକ ସୂଚନା ପ୍ରଦାନ କରୁଥିଲା ଅଭିଯୁକ୍ତ ।
ଗୁଇନ୍ଦା ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ସୋସିଆଲ ମିଡିଆରେ ଦୁଇଜଣ ଯୁବତୀଙ୍କ ସହ ଚାଟ୍ କରୁଥିଲା । ଏବଂ ଭାରତୀୟ ସେନା ସହିତ ଜଡିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିଲା । ଏହି ଅଭିଯୋଗରେ ନରେନ୍ଦ୍ର କୁମାର ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟ ଆନନ୍ଦଗଡ ଖାଜୁୱାଲା, ବିକାନେର ବାସିନ୍ଦା ନରେନ୍ଦ୍ର କୁମାରକୁ ଅଧିନିୟମ 1923 ଆଧାରରେ ମକଦ୍ଦମା ରୁଜୁ କରାଯାଇ ଗିରଫ କରାଯାଇଛି ।

Show More

Related Articles

Back to top button