Breaking PLUSଓଡ଼ିଶାମୁଖ୍ୟ ଖବର

ସମାଧାନ ପାଇଁ ମନୋଜଙ୍କୁ ଅନୁରୋଧ କଲେ ଅରିନ୍ଦମ

ଭୁବନେଶ୍ୱର- ଓଲିଉଡ୍‌ କଳିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି ଅରିନ୍ଦମ। ସେ ମନୋଜ ମିଶ୍ରଙ୍କୁ କହିଛନ୍ତି ଆସନ୍ତୁ ବସିକି ଘର ଭିତରେ ବିବାଦର ସମାଧାନ କରିବା । ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ । ଆମ ଘର କଥାରେ ବାହାର ଲୋକଙ୍କୁ ପୂରାଇବା ନାହିଁ । ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଆରୋପ ଠିକ୍‌ ନୁହେଁ ବୋଲି ଅରିନ୍ଦମ କହିଛନ୍ତି । ଟିଭି ଖୋଲିଲେ ଏହି ବିବାଦ ଶୁଭୁଛି, ଏହା ଭଲ ଲାଗୁ ନାହିଁ । ସାନ ଭାଇ ଭାବେ ମନୋଜ ମିଶ୍ରଙ୍କୁ ଅନୁରୋଧ କରୁଛି ଆସନ୍ତୁ ବସି ବିବାଦର ସମାଧାନ କରିବା । ‘ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ଚାହାଁନ୍ତି, ମୁଁ ବି ଚାହୁଁଛି । ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି, ଭଲ ନିର୍ମାତା ଆସିଛନ୍ତି, ଆଗକୁ ନେବା ବୋଲି ଅଭିନେତା ଅରିନ୍ଦମ କହିଛନ୍ତି ।

Show More

Related Articles

Back to top button