Breaking PLUSଓଡ଼ିଶାରାଜନୀତି

ପଞ୍ଚାୟତ ନିର୍ବାଚନ : ଯାଜପୁରର ୨୨ ଜୋନ୍‌ରେ ବିଜେଡି ବିଜୟୀ

ଏବେ ଯାଏଁ ଖାତାଖୋଲିନାହାନ୍ତି ବିରୋଧୀ

ପଞ୍ଚାୟତ ନିର୍ବାଚନ ପରେ ଏବେ ଚାଲିଛି ଭୋଟ ଗଣତି । ଶନିବାରଠୁ ଆରମ୍ଭ ହୋଇଥିବା ଭୋଟ ଗଣତି ସୋମବାର ଦିନ ଶେଷ ହେବ । ଏବେ ସୁଦ୍ଧା ୭୦୦ରୁ ଅଧିକ ଆସନରେ ଗଣନା ସରିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେଡି ଆଗରେ ରହିଥିବା ବେଳେ ବିରୋଧୀ ମାରିଛନ୍ତି ଚିତ୍‌ ପଟାଙ୍ଗ । ତେବେ ଆସନ୍ତୁ ଜାଣିବା ଯାଜପୁର ଜିଲ୍ଲା ୨୭ ତାରିଖ ସୁଦ୍ଧା ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ । ବଡଚଣାର ୧୭ ନମ୍ବର ଜୋନ୍‌ରୁ ବିଜେଡି ପ୍ରାର୍ଥୀ ଗଣେଶ୍ବର ବରାଳ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬୩୮୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବଡଚଣାର ୧୮ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ସସ୍ମିତା ମହାନ୍ତି ୫୫୫୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବରୀର ୨୨ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ଦିଲିପ କୁମାର ମହାନ୍ତି ୮୬୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଂଝାରପୁରର ୨୬ ଜୋନରୁ ବିଜେଡି ପ୍ରାର୍ଥୀ ନନ୍ଦ କିଶୋର ସାମଲ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୦୩୭୫ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ସେହିପରି ଦାନଗଦିର ୮ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ଟିନା ହାଇବ୍ରୁ ୩୭୬୨ ଭୋଟରେ ବିଜୟୀ ହୋଇଛନ୍ତି । ଦଶରଥପୁରର ୫ ନମ୍ବର ଜୋନରୁ ବିଜେଡିର ମନସ୍ବିନୀ ଦାସ ୧୦୪୭୪ ଭୋଟରେ ବିଜୟୀ ହୋଇଛନ୍ତି । ଧର୍ମଶାଳାର ୧୨ନମ୍ବର ଜୋନରୁ ପ୍ରଣତୀ ଲେଙ୍କା ୭୫୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଧର୍ମଶାଳାର ୧୩ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ସ୍ମତିରେଖା ବେହେରା ୧୨୩୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଯାଜପୁରର ୩୦ ନମ୍ବର ଜୋନରୁ ସୁନିତା ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୪୪୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । କୋରେଇର ୨ ନମ୍ବର ଜୋନରୁ ବିଜେଡିର ଉମାକାନ୍ତ ମାଝି ୬୯୨୧ ଭୋଟରେ ବିଜୟୀ ହୋଇଛନ୍ତି । ରସୁଲପୁରର ୩୪ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ ମମତା ଖୁଣ୍ଟିଆ ୭୪୭୯ଟି ଭୋଟରେ ବିଜୟୀ ହୋଇଛନ୍ତି । ସୁକିନ୍ଦାର ୩୮ନମ୍ବର ଜୋନରୁ ବିଜେଡିର ସାଧୁଚରଣ ଟୁୟୁ ୪୦୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ତେବେ ଏବେ ଯାଏଁ ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲି ନାହାନ୍ତି।

Show More

Related Articles

Back to top button