Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଦୀପାବଳିରେ 80 ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

ଚଣ୍ଡିଗଡ- ଦୀପାବଳି ଅବସରରେ 80ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ପାକିସ୍ତାନ । ମତ୍ସ୍ୟଜୀବୀମାନେ ଅଟାରୀ-ୱାଘା ସୀମା ଦେଇ ଶୁକ୍ରବାର ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଛନ୍ତି । ବିଏସଏଫ ଟିମ୍ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କର ଯାଞ୍ଚ କରାଯାଇଛି ।
2019ରେ ଏହି ମତ୍ସ୍ୟଜୀବୀମାନେ ଭୁଲବଶତଃ ଭାରତୀୟ ସୀମା ପାର୍ କରି ପାକିସ୍ତାନରେ ପ୍ରବେଶ କରିଥିଲେ । ଏଠାରେ ପାକିସ୍ତାନ ଅଧିକାରୀମାନେ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ଏମାନଙ୍କ ମଧ୍ୟରେ ଅଧିକାରୀ ମତ୍ସ୍ୟଜୀବୀ ଥିଲେ ।
ଜେଲ ଦଣ୍ଡ କାଟି ସାରିବା ପରେ ସେମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି । ଶୁକ୍ରବାର ଏମାନେ ଅଲ୍ଲାମା ଇକବାଲ ଏକ୍ସପ୍ରେସରେ ଲାହୋର ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଅଧିକାରୀ ୱାଘା ବର୍ଡର ନେଇ ଆସିଥିଲେ ।

Show More

Related Articles

Back to top button