Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ନୱାଜଙ୍କ ରାଜନୈତିକ ଉତ୍ତରାଧିକାରୀ ମରିୟମ !

ଲାହୋର- ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ୍ ଲିଗ ନୱାଜର ପ୍ରମୁଖ ନୱାଜ ସରିଫ୍ ପ୍ରତିଶୋଧମୂଳକ ରାଜନୀତି କରିବେ ନାହିଁ ବୋଲି ଶନିବାର ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ସେ କେବଳ ବିକଶିତ ଏବଂ ସମୃଦ୍ଧ ପାକିସ୍ତାନ ଦେଖିବାକୁ ଚାହୁଁଛନ୍ତି । 73 ବର୍ଷୀୟ ନୱାଜ ବ୍ରିଟେନରେ 4ବର୍ଷ ଧରି ନିର୍ବାସିତ ଜୀବନ କାଟି ସ୍ୱଦେଶ ଫେରିବା ପରେ ମୀନାର-ଏ-ପାକିସ୍ତାନରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିଥିଲେ ।
ଭିଡ ମଧ୍ୟରେ ସେ ନିଜର ଝିଅ ମରିୟମଙ୍କୁ ଏକ ପ୍ରକାର ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷିତ କରି କହିଥିଲେ ଯେ- ମୁଁ ଏହି ମାଟିର ପୁଅ ଏବଂ ମରିୟମ ଏହି ମାଟିର ଝିଅ । ସେ ଆହୁରି କହିଥିଲେ ଯେ, ଯେତେବେଳେ ମୋତେ ପାକିସ୍ତାନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସୁଯୋଗ ଦିଆଯାଏ, ମୁଁ ବିଶ୍ୱସ୍ତ ଭାବେ ଦେଶ ସେବା କରିଛି। ମୁଁ କୌଣସି ବଳିଦାନକୁ ନେଇ କେବେ ବି ଦ୍ୱିଧା କରେ ନାହିଁ । ଆଜି ଏଠାରେ ସମସ୍ତଙ୍କ ଆଖିରେ ବିଶ୍ୱସ୍ତତା ଦେଖି ମୁଁ ଗର୍ବିତ ବୋଲି ନୱାଜ କହିଛନ୍ତି ।

Show More

Related Articles

Back to top button