Breaking PLUSଓଡ଼ିଶାମୁଖ୍ୟ ଖବର

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଖଣ୍ଡାରେ ଆକ୍ରମଣ ଯୋଗୁ 2 ପୋଲିସ ଗୁରୁତର

ଭୁବନେଶ୍ୱର- ପୋଲିସକୁ ଖଣ୍ଡାରେ ହାଣିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଏଭଳି ଘଟଣା ଘଟିଛି ବାଙ୍କି ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ । ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ଗାଁରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ରହିଥିଲା । ତାଙ୍କୁ କାବୁ କରିବା ପାଇଁ ବାଙ୍କି ଥାନାର ସବଇନସପେକ୍ଟର ଓ ଜଣେ କନଷ୍ଟେବଳ ଯାଇଥିବା ବେଳେ ସରୋଜ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button