Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନେପାଳରେ ଭୂକମ୍ପର ଝଟ୍‌କା

କାଠମାଣ୍ଡୁ- ନେପାଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଆଜି ସକାଳୁ ନେପାଳରେ 4ଥର ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ ।
ଜାତୀୟ ଭୂକମ୍ପ ମାପନ କେନ୍ଦ୍ରର ସୂଚନା ମୁତାବକ ସକାଳ 7.39 ମିନିଟ ସମୟରେ ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ମ୍ୟାଗ୍ନିଚ୍ୟୁଟ ରହିଛି । ଧାଦିଙ୍ଗରେ ଭୂକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ଦ୍ୱିତୀୟ ଭୂକମ୍ପ 8.08 ମିନିଟ ସମୟରେ, ତୃତୀୟ ଭୂକମ୍ପ 8.28 ମିନିଟ ସମୟରେ ଅନୁଭୂତ ହୋଇଥିଲା । 8.59 ମିନିଟରେ ଚତୁର୍ଥ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁ କିଛି ଗାଁରେ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

Show More

Related Articles

Back to top button