Breaking PLUSଦେଶମୁଖ୍ୟ ଖବର

ଗଙ୍ଗୋତ୍ରୀ ଏନଏଚରେ ଦୁର୍ଘଟଣା, 2 ମୃତ

ଉତ୍ତରକାଶୀ- ଗଙ୍ଗୋତ୍ରୀ ଜାତୀୟ ରାଜପଥ ପୋଖୁ ଦେବତା ନିକଟରେ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ସ୍କୁଟିରେ ଯାଉଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ମୃତଦେହ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛନ୍ତି ।
ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଗାଡିଟି ଫେରାର ହୋଇଯାଇଛି । ଏହି ଦୁର୍ଘଟଣା ରାତି ପ୍ରାୟ ସାଢେ 9ଟାରେ ଘଟିଛି । ମୃତକ ହେଲେ ବଡେଥି ଗାଁର ଜୟପ୍ରକାଶ, ଅନ୍ୟଜଣଙ୍କର ପରିଚୟ ମିଳିପାରିନାହିଁ ।

Show More

Related Articles

Back to top button