Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଭାରତ ପଠାଇଲା ରିଲିଫ ସାମଗ୍ରୀ ଏବଂ ଔଷଧ

ନୂଆଦିଲ୍ଲୀ- ଇସ୍ରାଏଲ-ହମାସ ଯୁଦ୍ଧରେ ଫସିରହିଥିବା ପାଲେଷ୍ଟାଇନ ନାଗରିକଙ୍କ ପାଇଁ ମାନବୀୟ ସହାୟତା ପଠାଇଛି ଭାରତ । ଭାରତୀୟ ବାୟୁସେନାର ସି-17 ପରିବହନ ବିମାନ ରବିବାର ଗାଜିଆବାଦର ହିଣ୍ଡେନ ଏୟାରବେସରୁ 32ଟନ୍ ରିଲିଫ୍ ସାମଗ୍ରୀ ଓ 6.5 ଟନ୍ ଚିକିତ୍ସା ସହାୟତା ନେଇ ମିଶରର ଏଲ-ଅରିଶ ଏୟାରପୋର୍ଟ ଯାଇଛି ।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ପ୍ରଦାନ କରି କହିଛନ୍ତି ଯେ, ପାଲେଷ୍ଟାଇନ ଲୋକଙ୍କ ପାଇଁ ପ୍ରାୟ 6.5 ଟନ୍ ଔଷଧ ଓ 32 ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି । ଏହି ସାମଗ୍ରୀ ମଧ୍ୟରେ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ ସାମଗ୍ରୀ, ତମ୍ବୁ, ସ୍ଲିପିଂ ବ୍ୟାଗ, ତିରପାଲ, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧିକରଣ ଔଷଧ ସହିତ ଅନ୍ୟ ସାମଗ୍ରୀ ରହିଛି ।

Show More

Related Articles

Back to top button