Breaking PLUSଦେଶ ବିଦେଶମୁଖ୍ୟ ଖବର

ବିସ୍ଫୋରଣରେ ଥରିଲା ପାକିସ୍ତାନ, 28 ଲୋକଙ୍କ ମୃତ୍ୟୁ, 40 ଆହତ

ଇସଲମାବାଦ, 7 ଫେବୃଆରୀ – ପାକିସ୍ତାନରେ ଗୁରୁବାର ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଆତଙ୍କବାଦୀମାନେ ଦେଶରେ ରକ୍ତପାତ କରିଛନ୍ତି । ବେଲୁଚିସ୍ତାନରେ ବୁଧବାର ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଅତିକମରେ 28ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପିଶିନ ଓ କିଲା ସେଫୁଲାହରେ ସ୍ୱାଧୀନ ପ୍ରାର୍ଥୀ ଓ ଜେୟୁଆଇ-ଏଫର ନିର୍ବାଚନୀ କାର୍ଯ୍ୟାଳୟକୁ ଟାର୍ଗେଟ କରି ହୋଇଛି ।
ଜିଓ ନ୍ୟୁଜ ରିପୋର୍ଟ ଅନୁସାରେ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବୁଧବାର ବେଲୁଚିସ୍ତାର ପିଶିନରେ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ବାହାରେ ହୋଇଥିବା ବିସ୍ଫୋରଣରେ 16ଜଣଙ୍କ ଜୀବନ ଯାଇଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଦ୍ୱିତୀୟ ବିସ୍ଫୋରଣ କିଲା ସେଫୁଲହା ଜିଲ୍ଲାରେ ଜମିୟତ ଓଲେମା-ଏ-ଇସଲାମ ଫଜଲ କାର୍ଯ୍ୟାଳୟ ବାହାରେ ହୋଇଥିଲା । ଏଠାରେ ଅତିକମରେ 12ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button