ଜୀବନଚର୍ଯ୍ୟା

କେଉଁଦିନରେ ଓସ୍ତ ଗଛ ମୂଳରେ ପାଣିଦେବା ଅନୁଚିତ?

ଆସନ୍ତୁ ଜାଣିବା-

ହିନ୍ଦୁ ଧର୍ମରେ ଓସ୍ତ ଗଛ ସବୁଠୁ ଅଧିକ ପୂଜନୀୟ ଅଟେ ,କାରଣ ଏହି ଗଛର ସମସ୍ତ ଅଂଶରେ ଦେବତା ବାସ କରିଥାନ୍ତି l ଓସ୍ତ ଗଛକୁ ବିଶ୍ୱ ବୃକ୍ଷ ,ଚୈତ୍ୟ ବୃକ୍ଷ ଓ ବାସୁଦେବ ମଧ୍ୟ କୁହାଯାଏ l ଶ୍ରୀମଦ ଭାଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ ସ୍ୱୟଂ କହିଛନ୍ତି ଯେ “ବୃକ୍ଷ ମାନଙ୍କ ମଧ୍ୟରେ ମୁଁ ଓସ୍ତ ଗଛ ଅଟେ l ” ଓସ୍ତ ଗଛର ମୂଳରେ ବ୍ରହ୍ମା ,ମଧ୍ୟ ବ୍ୟାଗରେ ବିଷ୍ଣୁ ଓ ଅଗ୍ର ଭାଗରେ ଶିବ ବାସ କରନ୍ତି ବୋଲି ହିନ୍ଦୁ ଧର୍ମରେ କୁହାଯାଇଥାଏ l କିନ୍ତୁ ସ୍କନ୍ଦ ପୁରାଣରେ କହାଯାଇଛି ଓସ୍ତ ଗଛର ମୂଳରେ ଭଗବାନ ବିଷ୍ଣୁ ,ମଧ୍ୟ ଭାଗରେ କେଶବ ,ଶାଖାରେ ନାରାୟଣ ଓ ପାତ୍ରରେ ଶ୍ରୀ ହରି ଏବଂ ଫଳ ଗୁଡିକରେ ସମସ୍ତ ଦେବତା ବାସ କରିଛନ୍ତି lଅଥର୍ବ ବେଦରେ କୁହାଯାଇଛି ଓସ୍ତ ଗଛ ତଳେ ଦେବତା ମାନଙ୍କର ସ୍ୱର୍ଗ ଅଟେ l

ସେଥିପାଇଁ ଧାରା ଯାଇଛି ଯେ କୌଣସି ବ୍ୟକ୍ତି ଯଦି ସମ୍ପୂର୍ଣ ବିଧିବିଧାନ ଓ ନିୟମ ପୂର୍ବକ ଓସ୍ତ ଗଛକୁ ପୂଜା କରେ ତାର ସମସ୍ତ ଇଛା ପୁରାଣ ହୋଇଥାଏ lହିନ୍ଦୁ ମାନ୍ୟତା ଅନୁସାରେ ଅମାବାସ୍ୟା ଓ ଶନିବାର ଦିନ ଓସ୍ତ ଗଛ ତଳେ ହନୁମାନ ଚାଳିଶ ପାଠକଲେ ଓ ରାଶି ତେଲ ଦୀପ ଜଳାଇଲେ ମନୁଷ୍ୟ ଜୀବନର ସମସ୍ତ ଦୁର୍ଦଶା ଦୂର ହୋଇଥାଏ l ତା ସହିତ ସଫଳତା ମଧ୍ୟ ମିଳିବାକୁ ଲାଗେ lଶନିବାର ଦିନ ଓସ୍ତ ଗଛରେ ଜଳ ଦେବା ଶୁଭ ବୋଲି କୁହାଯାଇଥାଏ l କିନ୍ତୁ ରବିବାର ଦିନ ଓସ୍ତ ଗଛରେ ଆଦୌ ଜଳ ଦେବା ଉଚିତ ନୁହେଁ କାରଣ ରବିବାର ଦିନ ଜଳ ଦେଲେ ତାହା ଆର୍ଥିକ ପରିସ୍ତିତିକୁ ଦୁର୍ବଳ କରିଥାଏ l

 

Show More

Related Articles

Back to top button